ଶ୍ରାଦ୍ଧ ବାର୍ଷିକରେ ଶୀତ ବସ୍ତ୍ର ବଣ୍ଟନ
ନିମାପଡ଼ା,(ସନ୍ତୋଷ କୁମାର ଦାଶ):ସାରା ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଚାଲିଥିବା ବେଳେ ପୁରୀ ଜିଲ୍ଲା ନିମାପଡା ବ୍ଲକର ତମ୍ପାଳ ପଞ୍ଚାୟତ ପାଳଶ୍ରୀ ଗ୍ରାମର ସମାଜସେବୀ ଚିତ୍ରସେନ ବାଘ ଙ୍କ ମା ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ରେ ନିରୀହ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଭୋଜନ ସହିତ ଶୀତବସ୍ତ୍ର କମ୍ୱଳ ବଣ୍ଟନ କରିଥିଲେ। ତମ୍ପାଳ ପଞ୍ଚାୟତ ସହିତ ପହଁରା ଅଞ୍ଚଳରୁ ପ୍ରାୟ ୬ ଶହ ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର କମ୍ୱଳ ବଣ୍ଟାଯାଇଥିଲା ।ଏହି ବଣ୍ଟନ କାର୍ଯ୍ୟକ୍ରମରେ ସମାଜସେବୀ ଙ୍କ ପିତା ଚକ୍ରଧର ବାଘ ,ପତ୍ନୀ ଜୟନ୍ତୀ ବାଘ ପରିବାର ଲୋକଙ୍କ ସହିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ବିଶ୍ୱାଳ , ଚନ୍ଦନ ଶେଖର ହାତୀ ,ଧନେଶ୍ୱର ବିଶ୍ୱାଳ ,ବସନ୍ତ କୁମାର ନାୟକ , କ୍ଷେତ୍ରଞ୍ଜୟ ଜେନା ,ପବିତ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ ।