ଶ୍ରାବଣର ଶେଷ ସୋମବାରରେ କାହ୍ନେଶ୍ୱର ମନ୍ଦିରରେ କାଉଡିଆଙ୍କ ଭିଡ, ଚାରା ରୋପଣ
ହାଟଡ଼ିହି, : (ସୌମ୍ୟରଞ୍ଜନ ଆଚାର୍ଯ୍ୟ) ଆଜି ଶ୍ରାବଣ ମାସର ଶେଷ ସୋମବାର ପାଇଁ ହାଟଡିହି ବ୍ଲକ କାନପୁର ସ୍ଥିତ କାହ୍ନେଶ୍ୱର ମନ୍ଦିରରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଶେଷ ସୋମବାର ଥିବାରୁ ଶହଶହ କାଉଡିଆ ଜଳାଭିଷେକ କରିଥିବାବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାଞ୍ଚଶହରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଛି । ଆଜି ଏଥି ଲାଗି ମନ୍ଦିରରେ ସ୍ୱତନ୍ତ୍ର ପୁଜାନିତୀ ଅନୁଷ୍ଠିତ ହୋଇଥିଲା ।ପଢ଼ିଆରିପଲ୍ଲୀ ଗ୍ରାମର ରାଜେନ୍ଦ୍ର ରାଉତଙ୍କ ନେତୃତ୍ୱରେ ଡିଲକ୍ସ ରାଉତ, ଯଦୁମଣି ଦେହୁରୀ, ଗଙ୍ଗାଧର ସାମଲ, ଚତୁର୍ଭୁଜ ରାଉତ, ଗଗନ ରାଉତ, ବିଶୁ ରାଉତ, ବୁଲା ସାହୁ, ଟିକନ ରାଉତ, ରଣଜିତ ରାଉତ, ରବିନ୍ଦ୍ର ଜେନାଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ଶିଶୁ କାଉଡିଆ ଓ ଗ୍ରାମର ଶତାଧିକ ମହିଳା ସାଳନ୍ଦୀ ନଦୀରୁ ପାଣି ଉଠାଇ କାହ୍ନେଶ୍ୱର ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଜଳଲାଗି କରିଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ବୋଲବମ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ଅବସରରେ ହଦଗଡ ବନଖଣ୍ଡ ପକ୍ଷରୁ ଯୋଗାଇ ଦିଆଯାଇଥିବା ଚାରାକୁ କମିଟି ପକ୍ଷରୁ ମନ୍ଦିର ପରିସରରେ ରୋପଣ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ବେହେରା, ସମ୍ପାଦକ ହରମୋହନ ପଣ୍ଡା, ଗୁଣାକର ଜେନା, ପୁରୁଷୋତ୍ତମ ରାଉତ, ଗୋପବନ୍ଧୁ ପାଣିଗ୍ରାହୀ, ଭାଗିରଥି ରାଉତ, ଗୋଲେଖ ପ୍ରସାଦ ରାଉତ, ମହେନ୍ଦ୍ର ଚରଣ ବେହେରା, ମାନସ ରଞ୍ଜନ ମହାପାତ୍ର, କହ୍ନେଇ ଚରଣ ଜେନା, କ୍ନ୍ାଷ କୁମାର ଜେନା, ସରୋଜ ରାଉତ, ବାବାଜି ବେହେରା, ଅକ୍ଷୟ କୁମାର ବେହେରା, ବୃନ୍ଦାବନ ବେହେରା, ବିଜୟ କୁମାର ସାମଲ, ଅଲେଖ ବେହେରା, ନିରଞ୍ଜନ ରାଉତ, ପ୍ରସନ୍ନ କୁମାର ବେହେରା, କୁଶଧ୍ୱଜ ବେହେରା, ଦଶରଥ ମହାରଣା, ଗଦାଧର ଜେନା, ବିଜୟ ମହାରଣା, ଭାଷ୍କର ଜେନା, ଲକ୍ଷ୍ମଣ ମହାପାତ୍ରଙ୍କ ସମେତ ଅନେକ ଗ୍ରାମବାସୀ ସାମିଲ ହୋଇ ମନ୍ଦିର ପରିସରରେ ବୃକ୍ଷରୋପଣ କରିଥିଲେ ।