ଶ୍ରାବଣୀ ଉପାକର୍ମ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ମହର୍ଷି ଦାୟାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ବାର୍ଷିକ ଶ୍ରାବଣୀ ଉପାକର୍ମ ଉତ୍ସବର ଅନ୍ତିମ ଦିବସରେ ବୈଦିକ ଯଜ୍ଞ ଶହିଦ ନଗରସ୍ଥିତ ଡ଼ାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବାସଗୃହରେ ଅନୁଷ୍ଠିତ ହୋଇଯାଇଛି । ଦେବ ଯଜ୍ଞ ପରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଏକ ବୈଦିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ କହିଲେ ଯେ, ବୈଦିକ ସଂସ୍କୃତି ହଜାର ହଜାର ବର୍ଷର ସଂସ୍କୃତି । ଆମ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିବାରେ ଆର୍ଯ୍ୟ ସମାଜର ଯେଉଁ ଶହେ ବର୍ଷର ଅବଦାନ ରହିଛି ତାର ପଟ୍ଟାନ୍ତର ନାହିଁ । ସଭାପତି ଡଃ ଜ୍ଞାନେନ୍ଦ୍ର କହିଲେ ଯେ, ଶ୍ରାବଣୀ ପର୍ବ ଏକ ବୈଦିକ ପର୍ବ । ଶ୍ରାବଣ ମାସ ଶେଷ ହେବା ପରେ ବୈଦିକ ଯୁଗରେ ମୁନିଋଷି, ସନ୍ନ୍ୟାସୀ, ବିଦ୍ୱାନ ଓ ବ୍ରହ୍ମ•ରୀମାନେ ଗ୍ରାମ ଓ ଜନପଦକୁ ଯାଇ ବେଦର ପ୍ର•ର ପ୍ରସାର କରାଇଥାନ୍ତି । ଏହାକୁ ସ୍ମରଣ କରି ସବୁବର୍ଷ ପରି ଚଳିତ ବର୍ଷ ୮ ଦିନ ଧରି ବିଭିନ୍ନ ମହାନୁଭବଙ୍କ ଗୃହରେ ଦେବ ଯଜ୍ଞ କରାଯାଇ ବେଦ ଓ ବୈଦିକ ବାଣୀର ପ୍ର•ର କରାଯାଇଥିଲା । ଶେଷରେ ଡଃ ସଂଘମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପଣ୍ଡିତ ବିନୋଦ ବିହାରୀ ଦାସ ପରି•ଳନା କରିଥିଲେ । ଚଳିତବର୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ, ଜଳଧର ପ୍ରଧାନ, ଦେବଜାନୀ ରାଉତରାୟ, ସୁଶାନ୍ତ କୁମାର ପଣ୍ଡା, ବିବେକାନନ୍ଦ ପାତ୍ରଙ୍କ ଘରେ ଶ୍ରାବଣୀ ଯଜ୍ଞମାନ କରାଯାଇଥିଲା ।