ଶ୍ରାବଣୀ ଜଳଲାଗିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶ୍ରାବଣ ମାସର ପ୍ରତିଟି ସୋମବାର ଶିବାଳୟ, ନଦୀପଠା, ରାସ୍ତାଘାଟ ସବୁଠି ଶୁଭୁଥାଏ ଓଁ ନମଃ ଶିବାୟର ଧ୍ୱନି । କାଉଡ଼ିଆ ଭକ୍ତଙ୍କ ପାଇଁ ଏକାମ୍ର କ୍ଷେତ୍ର ଉତ୍ସବ ମୁଖର ସହ ଚଳଚଞ୍ଚଳ ହୋଇଉଠିଥିଲା । ବୋଲ୍ବମ୍ ଶ୍ରଦ୍ଧାଳୁଙ୍କ ଓଁ ନମଃ ଶିବାୟ, ହର୍ହର୍ ମହାଦେବ, ଭୋଲେ ବାବା ପାର୍ କରେଗା ଧ୍ୱନିରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇଉଠିଥିଲା । ଶ୍ରଦ୍ଧାଳୁମାନେ ତୀର୍ଥଜଳ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମସ୍ତକରେ ଲାଗି କରିବା ପରେ ମନ୍ଦିର ପରିସର ମଧ୍ୟରେ ଛାଡ଼ି ·ଲିଯାଇଥିବା ଫୁଲ, ବାହୁଙ୍ଗୀ, ସାଲୁକନା, ପ୍ଲାଷ୍ଟିକ କଳସ, ପଲିଥିନ୍, ଚିକିଟା ମାଟି, ବେଲପତ୍ର ଆଦିକୁ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରମଦାନ କରି ସେଗୁଡ଼ିକୁ ମନ୍ଦିର ଚତୁଃପାଶ୍ୱର୍ରୁ ଉଠାଇ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଦୃଶ୍ୟ ଥିଲା ଝାଡୁ ଓ ଝୁଡ଼ିରେ ଏକ ନିଆରା ସେବା । ‘ସ୍ୱଚ୍ଛତା ହିଁ ପବିତ୍ରତା’ ଏହି ମନ୍ତ୍ରକୁ ଆପଣେଇ ନେଇଥିବା ସାମାଜିକ ଅନୁଷ୍ଠାନ ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍, ସୁରେନ୍ଦ୍ରନାଥ ଜେନା ଟ୍ରଷ୍ଟ, ଧଉଳି ·ରୁକଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ, ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ‘ଆଶ୍ରା’, ମିସିଂ ଫାଉଣ୍ଡେସନ୍ ପ୍ରମୁଖ ସାମାଜିକ ସଂଗଠନ ଏହି ଶ୍ରମଦାନ ଶିବିରରେ ସାମିଲ୍ ଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମନୋଜ ପ୍ରଧାନ, ଅଙ୍କିତ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ଗୋପୀମୋହନ ପଟ୍ଟନାୟକ ପ୍ରମୁଖ ଶ୍ରମଦାନ ଶିବିର ପରି·ଳନାରେ ସହଯୋଗ କରିଥିଲେ । ଜାତୀୟ ଐତିହ୍ୟ, କୀତ୍ତିରାଜିର ସୁରକ୍ଷା, ପରିବେଶ ଓ ପରିମଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏହି ଶ୍ରମଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ । ଉକ୍ତ ଶିବିରରେ ୩୦ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ଶିବିରରେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ ବୋଲ୍ବମ୍ ଭକ୍ତମାନେ ଶିକା କାଟିବା ପାଇଁ ସାଥୀରେ ଧାରୁଆ ବ୍ଲେଡ୍ ନେଇକରି ଆସିଥାନ୍ତି । ଜଳଲାଗି ପରେ ମନ୍ଦିର ପରିସରରେ ସେମାନେ ଫୋପାଡ଼ି ·ଲିଯାଇଥାନ୍ତି । ମନ୍ଦିର ପ୍ରଶାସନର କଟକଣା ସତ୍ତେ୍ୱ ମନ୍ଦିର ପରିସରରୁ ସଫେଇ ସମୟରେ ପୁଳାପୁଳା ସଂଖ୍ୟାରେ ଧାରୁଆ ବ୍ଲେଡ୍ ବାହାରିଥିଲା । ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ସଂଗୃହୀତ ଧାରୁଆ ବ୍ଲେଡ୍ଗୁଡ଼ିକୁ ବ୍ଲେଡ୍ ଆକୃତ୍ତିରେ ସଜାଇ ଅଭିନବ ଢଙ୍ଗରେ ନିଷିଦ୍ଧ ପାଇଁ ଦାବି କରିଥିଲେ ।