ଶ୍ରାବଣ ମାସର ପ୍ରଥମ ସୋମବାର ଦିନ କାଉଡିଆ ଙ୍କ ଜଳ ଅଭିଷେକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା, ବିରିକୋଟ,ନଳାଘାଟ, ଗୁଲୁବା, ପାଣିଗଣ୍ଡା,ଦୀର୍ଘ ଦୁଇ ବର୍ଷ ପରେ କରୋନ କଟକଣା ପରେ ପୁଣୀ ଶୁଭିଛି ବୋଲବମ ହରହର ବମ ଚଳ ଚଳ ଚଞ୍ଚଳ ହୋଇ ଉଠିଛି । ସମସ୍ତ ଶିବାଳୟରେ ପ୍ରଥମ ସୋମବାର ଠାରୁ ଆରମ୍ଭ କରି ମାସେ ବ୍ୟାପୀ କାଉଡିଆ ଙ୍କ ଭିଡ ଦେଖି ବାକୁମିଳି । କାଉଡିଆ ଭକ୍ତ କାଉଡିଆ ମାନେ ପୋଷାକ ପିନ୍ଧିବା ସହିତ ହାତରେ ବାହୁଙ୍ଗିରେ ଜଳ ପୂଣ୍ୟ କଳସ ଧରି । ବିରିକୋଟ ସାହି ସାହି ପରି କ୍ରମା କରିଥିଲେ ଦିପ ଧୂପ ଦେଇ ହୁଳହୁଳି କରିଥିବା ଦେଖି ବାକୁମିଳିଛି । ବୋଲବମ ହରହର ବମ ନାରାରେ ଶତାଧିକ କାଉଡିଆ ବାହାରି ଛନ୍ତି । ହରଭଙ୍ଗି ନଦୀ କୂଳରେ କାଉଡିଆ ମାନେ ପ୍ରାରମ୍ଭିକ ନିତିରୀତି ଅନୁସାରେ ହୋମ ପୂଜାର୍ଚ୍ଚନା କରି ଜଳ କଳସ ଉଠାଇ ବାହାରି ଛନ୍ତି।ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମହାଦେବ ଟଙ୍କ ଜଳ ଡାଳିବାରେ ସୂତନ ମହତ୍ତୂ ରହି ଥିବା ବେଳେ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି ଭକ୍ତ ମାନେ ଆନନ୍ଦ ସହ ଭକ୍ତ ଖୁସି ରେ ଖେଳି ଯାଇଛି ।


