ଶ୍ରୀକାନ୍ତ ସାହୁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ

ବୁଗୁଡା (ଯୁଗାବ୍ଦ ନ୍ୟୁଜ) ବିଜୁ ଜନତା ଦଳର ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମନୋନୀତ ହୋଇଛନ୍ତି। ଏନେଇ ଶ୍ରୀ ସାହୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ , “ବିଜେଡ଼ି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ମୋ ପ୍ରତି ଭରସା ରଖି ମୋତେ ଦଳର ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରିଥିବା ଯୋଗୁଁ କୃତଜ୍ଞତା ଜଣାଇବା ସହ ଦଳର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦେବେ ତାହା ନିଷ୍ଠାର ସହ କାର୍ଯ୍ୟକରିବି।” ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବିଧାୟକ ଭାବେ ନିର୍ବାଚିତ ହେବାପରେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀ ମିଳିଥିଲା, ବର୍ତ୍ତମାନ ବିଜେଡି ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହୋଇଥିବା ଯୋଗୁଁ କର୍ମୀଙ୍କ ମହଲରେ ଆନନ୍ଦ ଉଲ୍ଲାସ ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ