ଶ୍ରୀକ୍ଷେତ୍ର ପରିକ୍ରମା

ଲାଗିଲା ତୋ ଡୋରି
ଯାଉଛି ମୁଁ ପୁରୀ
ଦର୍ଶନ କରିବି ତୋତେ,
ଫେରିବା ବେଳକୁ
ଶ୍ରୀମନ୍ଦିର ଭୋଗ
ଧରାଇଦେବୁ ମୋ ହାତେ ।

ତୋ ଝଡା ତୁଳସୀ
ତୋ ଦୟଣା ମାଳ
ସବୁଥିରୁ ବାନ୍ଧିଦେବୁ,
ଚନ୍ଦନ କର୍ପୂର
ବୋଳି ଦେଇଥିବୁ
ଶ୍ରୀଅଙ୍ଗ ବାସ ପାଇବୁ ।

ଛପନ ଭୋଗକୁ
ଅବଢା ବି ଦେବୁ
ନିର୍ମାଲ୍ଯ ତା ସାଥେ ଦେବୁ,
ତୁଳସୀ ପାଇବୁ
ଅବଢା ଖାଇବୁ
ନିର୍ମାଲ୍ଯ ତୁଣ୍ଡରେ ଦେବୁ ।

ଜୀବ ଯିବାବେଳେ
ନିର୍ମାଲ୍ଯର ପାଣି
ବନ୍ଧୁବାନ୍ଧବ ଦିଅନ୍ତି,
ଗୀତା ଭାଗବତ
ପାଶେ ପଢୁଥାନ୍ତି
ଆତ୍ମା ମୋକ୍ଷ ଅର୍ଥ ଚିନ୍ତି ।

ଶେଷବେଳ ସାଥୀ
ଗୀତା ଭାଗବତ
ନିର୍ମାଲ୍ଯ କଣିକା ପାଣି,
ଫେରିବା ବେଳକୁ
ନଭୁଲି କାଳିଆ
ହାତେ ଧରାଇବୁ ଆଣି ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ