ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ହେବ ୫୦ ହଜାର ଚନ୍ଦନ ଗଛ
ପୁରୀ,(ଯୁଗାବ୍ଦ ନ୍ୟୁଜ୍) : ବିଶିଷ୍ଟ ଯୋଗସାଧକ ଗୋମୂତ୍ରରୁ ମହୋଷଧୀ ବାହାର କରି ଦୂରାରୋଗ୍ୟ ରୋଗରୁ ମୁକ୍ତି ଦେଉଥିବା ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ପ୍ରେଣାରେ ପୁନାର ବିଶିଷ୍ଟ ପରିବେଶବିତ୍ ମହେନ୍ଦ୍ର ଘାଘେରେ ଓଡ଼ିଶାରେ ୫୦ ହଜାର ଚନ୍ଦନ ଗଛ ଲଗାଇବେ ବୋଲି ସଂକଳ୍ପ ନେଇଛନ୍ତି । ଆଜି ଶ୍ରୀଜଗନ୍ନାଥଙ୍କର ମନ୍ଦିର ସିଂହଦ୍ୱାରରେ ସେ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ପହଞ୍ôଚଥିଲେ ଏବଂ ଏହି ବୃକ୍ଷରୋପଣ ସମ୍ପର୍କରେ ସବିଶେଷ ବିବରଣୀ ଦେଇ କହିଥିଲେ ଯେ, ଚନ୍ଦନ ଗଛ ବହୁ ପ୍ରକାର ପାପରୁ ମୁକ୍ତି ଦେଇଥାଏ । ଚନ୍ଦନ ଗଛ ଲଗାଇଲେ ପୂର୍ବ ଜନ୍ମର ପ୍ରାରବ୍ଧ ଦୋଷ କ୍ଷୟ ହୋଇଥାଏ । ଓଡ଼ିଶାରେ ପର୍ଯ୍ୟାବରଣ ମିତ୍ର ମହେନ୍ଦ୍ର ଘାଘେରେ ଏହି ଅଭିନବ ଯୋଜନା ହରିତ ମିତ୍ର ପରିବାର , ପୁନା ଓ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରିଛନ୍ତି । ଆଜି ସିଂହଦ୍ୱାରରେ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ଘାଘେରେଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ଓ ତାଙ୍କର କାର୍ଯ୍ୟରେ ସହଯୋଗ କରିବା ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । ଶ୍ରୀ ଘାଘେରେ ଜଣେ ଆଦର୍ଶ ବୃକ୍ଷପ୍ରେମୀ । କେବଳ ଚତୁର୍ଥ ଶ୍ରେଣୀ ପାଠ ପଢି ପରିବାରକୁ ୧୫ବର୍ଷ ସମୟ ଦେଇଛନ୍ତି । ବାକି ସମୟ ସମାଜସେବା ପାଇଁ ସମର୍ପିତ ହୋଇ ମହାରାଷ୍ଟ୍ରରେ ୨୫ଟି ଜେଲ୍ରେ ଚନ୍ଦନ ଗଛ ରୋପଣ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦରୁ ସେ ଓଡ଼ିଶାରେ ୫୦ ହଜାର ଚନ୍ଦନ ଗଛ ପାଇଁ ଚନ୍ଦନ •ରା ଓ ଚନ୍ଦନ ମଞ୍ଜି ଆଣି ଆସିଛନ୍ତି । ସେ ଶ୍ରୀମନ୍ଦିର ପରିସରରେ ଚନ୍ଦନ ବୃକ୍ଷ ଲଗାଇବା ପାଇଁ ଯୋଜନା ରଖିଛନ୍ତି । ଶ୍ରୀ ଘାଘେରେ ମହାରାଷ୍ଟ୍ରର ୪ଟି ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ଅଛନ୍ତି । ଆସନ୍ତା କାଲି ଶ୍ରୀ ଘାଘେରେଙ୍କୁ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଭାରତୀୟ ବିଦ୍ୟାଭବନଠାରେ ‘ବୃକ୍ଷରତ୍ନ ସମ୍ମାନ’ ପ୍ରଦା କରାଯିବ । ଚନ୍ଦନ ଗଛର ଦୁଇବର୍ଷ ପର୍ଯ୍ୟନ୍ତ ଯତ୍ନ ନିଆଯିବା ପାଇଁ ଯୋଜନା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ଘାଘେରେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ଶୁକ୍ଲା ରାୟ, ଶ୍ରୀ ଜ୍ଞାନରଞ୍ଜନ ରଥ, ରାକେଶ ପ୍ରଧାନ, ଲଲାଟେନ୍ଦୁ ମିଶ୍ର, ପରେଶ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ।


