ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଶିଳା ପୂଜନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ନୂତନ ନିର୍ମାଣଧିନ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ ଆଜି ପାରଳାଖେମୁଣ୍ଡି କୁମୁଟି ସାହି ନିବାସୀ ଶ୍ରୀ ବାରାଟାମ୍ ନାଗେଶ୍ଵର ରାଓ ଓ ତାଙ୍କ ସପରିବାର ( ବାରାଟାମ୍ ଲୁଗା ଦୋକାନ) ପରିବାରଙ୍କ ତରଫରୁ ଶିଳା ପୂଜନ ଓ ୧ଲକ୍ଷ ୫୦ ହଜାର ଅର୍ଥ ରାଶି ପ୍ରଦାନ କରି ମନ୍ଦିର ନିର୍ମାଣ ପାଇଁ ସହଭାଗିତା ହୋଇଛନ୍ତି. ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ଏକ ଶିଳା ପୂଜନ କରି ସେହି ଶିଳାକୁ ତାଙ୍କ ଘରକୁ ନେଇ ବହୁ ଆଡ଼ମ୍ବରରେ ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିଥିଲେ. ପରେ ଏହି ଶିଳାକୁ ନିର୍ମାଣଧୀନ ନୂତନ ମନ୍ଦିରକୁ ଅର୍ପଣ କରିବା ସହ ୧ ଲକ୍ଷ ପଚାଶ ହଜାର ଟଙ୍କା (୧୫୦୦୦୦) ର ଅର୍ଥରାଶି ପ୍ରଦାନ କରି ମନ୍ଦିର କାର୍ଯ୍ୟ ରେ ସହଭାଗୀ ହୋଇଥିଲେ. ମନ୍ଦିର ନିର୍ମାଣ କମିଟିର ସଭ୍ୟ ତଥା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଢ଼ୀଙ୍କ ସମେତ ମନ୍ଦିର ନିର୍ମାଣ କମିଟିର ବହୁ ସଦସ୍ୟ ସମ୍ପୃକ୍ତ ଏହି ପରିବାରକୁ ସାଧୁବାଦ ଜଣାଇଛନ୍ତି.