ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ମହାବିଦ୍ୟାଳୟ ସ୍ତରରେ ଥିବା ଆଗାମୀ ପିଢିମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକଶିତ କରି ଆଗାମୀ ଦିନରେ ରାଜ୍ୟ ପାଇଁ,ସମାଜ ପାଇଁ,ଏ ଜାତି ପାଇଁ ନିଜକୁ ଉତ୍ସର୍ଗ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ମହାବିଦ୍ୟାଳୟ ସ୍ତରର ଯୁବକ ଯୁବତୀମାନେ ନିଜ ପ୍ରତିଭାକୁ ବିକଶିତ କରି ଜଣେ ଜଣେ ଭଲ ମଣିଷ ଭାବେ ନିଜକୁ ଗଢି ତୋଳିବେ ବୋଲି ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ରେ ମଙ୍ଗଳବାର ଅନୁଷ୍ଠିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକ ମୁଦୁଲିଙ୍କ ସମେତ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ପୂର୍ବତନ ପରିଚାଳନା ସମିତିର ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ପରିଚାଳନା ସମିତିର ସଭାପତି ମନୋଜ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଯୁକ୍ତ ୩ର ସଂଯୋଜକ ଜ୍ୟୋତି ପ୍ରକାଶ ଲେଙ୍କା ଆଦି ଯୋଗ ଦେଇଥିଲେ । ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଯୁକ୍ତ ୨ ର ସଂଯୋଜକ ପ୍ରଧ୍ୟାପକ ବିଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ