ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ସ୍ଥିତି ପରଖିଲେ କୁଳାଧିପତି
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଗତ ବାତ୍ୟା ଫାନି ପୁରୀକୁ ଧ୍ୱଂସବିଧ୍ୱସ୍ତ କରିଥିଲା ବେଳେ ସେଥିରୁ ବାଦ୍ ପଡିନି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ । ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ବିଶ୍ୱବିଦ୍ୟାଳୟ ଅଚଳ ହୋଇପଡିଛି । ତେଣୁ ଏହାର ଭିତ୍ତଭୂମିକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି କୁଳାଧିପତି । ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ଯାଇ ସ୍ଥିତି ପରଖିବା ସହ କୁଳପତିଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଗତ ବାତ୍ୟାରେ ୩୭କୋଟି ୮୮ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଏହାର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ପରେ ସେଠାରୁ ରାଜ୍ୟପାଳ ଗୁରୁଦ୍ୱାର ସିଂ ଆଶ୍ରମ ଯିବା ସହିତ ପରେ ଶ୍ରୀମନ୍ଦିର ଯାଇ ଭିତରକାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ସେହି ସମୟରେ ଚୁନରା ସେବାୟତ ନୀଳଚକ୍ରରେ ବାନା ବାନ୍ଧିବା ପାଇଁ ଶ୍ରୀମନ୍ଦିର ଉପରକୁ ଚଢୁଥିବା ଦେଖି ରାଜ୍ୟପାଳ ବିମୋହିତ ହୋଇଯାଇଥିଲେ ।


