ଶ୍ରୀଜଗନ୍ମାଥ ମହାବିଦ୍ୟାଳୟରେ ଛାତ୍ର ସାଧାରଣ ପ୍ରକୋଷ୍ଟ ଉଦଘାଟିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆ ଟ୍ରଷ୍ଟ ପକ୍ଷରୁ ଛାତ୍ର ସାଧାରଣ ପ୍ରକୋଷ୍ଟ ଉଦଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଟ୍ରଷ୍ଟର ଅଧ୍ୟକ୍ଷା ଲବଙ୍ଗଲତା ବିଶୋଇ, ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ମନୋଜ ମହାନ୍ତି, ମୋ କଲେଜର ସଂଯୋଜକ ତଥା ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ ଆଦି ଯୋଗ ଦେଇଥିଲେ । ଉକ୍ତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ସ୍ୱାଇଁ ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସୁଚାରୁରୂପେ ତୁଲାଇ ଆସୁଥିଲେ । ଏହି ମହାବିଦ୍ୟାଳୟରେ ଛାତ୍ର ପ୍ରକୋଷ୍ଠ ନ ଥିବା ହେତୁ ଛାତ୍ରମାନଙ୍କର ବହୁ ସମସ୍ୟା ସୃଷ୍ଟି ହେଉଥିଲା । ଏହାକୁ ହୃଦବୋଧ କରି ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆ ଟ୍ରଷ୍ଟର ଅଧ୍ୟକ୍ଷା ରଙ୍ଗଲତା ବିଶୋଇ ତାଙ୍କ ପେନସନ ପାଣ୍ଠିରୁ ଅନୁଦାନ ପ୍ରଦାନ କରି ଉକ୍ତ ପ୍ରକୋଷ୍ଠ ନିର୍ମାଣ କରାଇଥିବା ପ୍ରକାଶ କରିଛନ୍ତି ।