ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦ ୪ର୍ଥ ବାର୍ଷିକ ଉତ୍ସବ ଓ ୧୩ରେ ମେଗା ସ୍ୱାସ୍ଥ୍ୟ ଶିବିର 

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ଷଡଙ୍ଗ ସ୍ଥିତ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦର୪ର୍ଥ ବାର୍ଷିକ ଉତ୍ସବ ଓ ମେଗା ସ୍ୱାସ୍ଥ୍ୟ ଶିବିର ଆସନ୍ତା ୧୩ତାରିଖ ଦିନ ଅନୁଷ୍ଠିତ ହେବ । ରାମବିକ୍ରମ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଦିଗରାଜ ବ୍ରହ୍ମା, ଦାସ ବେନହୁର, ଡ.ରାମଚନ୍ଦ୍ର ନାୟକ, ଜ୍ଞାନ ହୋତା ପ୍ରମୁଖ ଅତିଥିଭାବେ ଯୋଗଦେଉଥିବାବେଳେ ବିରେନ୍ଦ୍ର ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, କିର୍ତ୍ତନ ସାହୁ, ପ୍ରଶାନ୍ତ କୁମାର ଦାଶ, ବିଷ୍ଣୁପ୍ରୀୟା ସାହୁ, ମମତା ଜେନାଙ୍କ ସହ ମାଟ୍ରିକ ପରୀକ୍ଷାରେ ୯୦ଭାଗ ନମ୍ବର ରଖି ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗୀତା ବିଭିନ୍ନ ବ୍ଲକ ସ୍ତରୀୟ ପ୍ରତିଯୋଗୀତା, ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ସଫଳତା ଅର୍ଜନ କରିଥିବା ହାଟଡିହି ବ୍ଲକର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଯୋଜକ ପ୍ରଶାନ୍ତ କୁମାର ଖଣ୍ଡାୟୀ, ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଅକ୍ଷୟ କୁମାର ବେହେରାପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ