ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ବ୍ୟଙ୍ଗ ସାହିତ୍ୟ ମାଧ୍ୟମରେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ମତ ଦେବାସହ ବୋଲି ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦର ଚତୁର୍ଥ ବାର୍ଷର୍ିକ ଉତ୍ସବରେ ମତ ପ୍ରକାଶ ପାଇଛି । ସ୍ୱତନ୍ତ୍ର ବକ୍ତା ଭାବେ ବ୍ୟଙ୍ଗକବି ଜ୍ଞାନ ହୋତା ବ୍ୟଙ୍ଗ ସାହିତ୍ୟ ମାଧ୍ୟମରେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ମତ ଦେବାସହ ତାଙ୍କ ବ୍ୟଙ୍ଗ କବିତା ମାଧ୍ୟମରେ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ । ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସଂସଦର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟକ ଡ. ଦିଗରାଜ ବ୍ରହ୍ମା ମତବ୍ୟକ୍ତ ଗୁଣାତ୍ମକ ମାନ ଦୃଷ୍ଟିରୁ ଶିଶୁ ସାହିତ୍ୟର ଭୁମିକା ଅନ୍ୟ ସାହିତ୍ୟ ତୁଳନାରେ ଗୌଣ ନୁହଁ କହଥିଲେ । ଶିଶୁ ସାହିତ୍ୟ ଏବେ ସବୁଆଡେ ଆଦୃତ ହୋଇପାରୁଛି ଓ ଅନେକ ଛାତ୍ରଛାତ୍ରୀ ତଥା ଲେଖକ ଲେଖିକା ମାନେ ମଧ୍ୟ ଶିଶୁ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇପାରିଛନ୍ତି ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଡ.ରାମଚନ୍ଦ୍ର ନାୟକ ଓଡିଶା ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିବାରେ ଶିଶୁ ସାହିତ୍ୟ ଲେଖକଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟ ଅତିଥିମାନେ ଲେଖକ ଶ୍ରୀନିବାସ ଖଣ୍ଡାୟୀଙ୍କ ସାହିତ୍ୟ ସାଧନା ଉପରେ ଆଲୋକପାତ କରିଥିଲେ । ପଲ୍ଲୀ ଅଞ୍ଚଳର ଏହି ସାରସତ୍ୱ ସାଧକ ଜଣକ କାବ୍ୟ, କବିତା, ଉପନ୍ୟାଶ , କ୍ଷୁଦ୍ରଗଳ୍ପ ଓ ଶିଶୁ ସାହିତ୍ୟ ଉପରେ ଶତାଧିକ ପୁସ୍ତକ ଲେଖି ଖାଲି ହାଟଡିହି ନୁହଁ ସମଗ୍ର ସାରସତ୍ୱ ଜଗତକୁ ବହୁଳ ଭାବରେ ସମୃଦ୍ଧ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ‘ଯଶସ୍ୱୀ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ ।  ଏହି ଉତ୍ସବରେ ଶ୍ରୀଯୁକ୍ତ ବିରେନ୍ଦ୍ର ମହାନ୍ତିଙ୍କୁ ଶ୍ରୀନିବାସ ଖଣ୍ଡାୟୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବାବେଳେ ଡ.ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କୁ ଶ୍ରୀନିବାସ ଖଣ୍ଡାୟୀ ସମ୍ପାଦନା ସମ୍ମାନ, କିର୍ତ୍ତନ ସାହୁଙ୍କୁ ଶ୍ରୀନିବାସ ଖଣ୍ଡାୟୀ ଗଳ୍ପ ସମ୍ମାନ, ପ୍ରଶାନ୍ତ କୁମାର ଦାଶଙ୍କୁ ଶ୍ରୀନିବାସ ଖଣ୍ଡାୟୀ କବିତା ସମ୍ମାନ, ବିଷ୍ଣୁପ୍ରୀୟା ସାହୁଙ୍କୁ ଶ୍ରୀନିବାସ ଖଣ୍ଡାୟୀ ଆଚାର୍ଯ୍ୟ ସମ୍ମାନ, ମମତା ଜେନାଙ୍କୁ ସେବା ସମ୍ମାନ ପ୍ରଣତୀ ତ୍ରିପାଠୀଙ୍କୁ ଶ୍ରୀନିବାସ ଖଣ୍ଡାୟୀ ସମ୍ପାଦନା ସମ୍ମାନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ଥିବାବେଳେ ବ୍ଳକର ମାଟ୍ରିକ ଟପର ବିଶ୍ୱଜିତ ସ୍ୱାଇଁ, ଅମ୍ରିତା ବେହେରା, ସ୍ମୃତିରେଖା ଶାସିନି, ଶୁଶ୍ରୀ ହିମାନୀ ଦେଓ, ଅଭିଷେକ ଗୁପ୍ତା, ତାରିଣୀ ତପସ୍ୟା ପଢ଼ିଆରୀଙ୍କୁ ମେଧାବୀ ବିଦ୍ୟାର୍ଥୀ ଭାବେ ପୁରସ୍କୃତ କରାଯାଇଥିଲା । ଏଥିସହିତ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ କୃତ୍ତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସମ୍ପାଦକ ଅକ୍ଷୟ କୁମାର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ରତ୍ନାକର ଦାସ, ପ୍ରଶାନ୍ତ କୁମାର ଖଣ୍ଡାୟୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ବାସୁଦେବ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବୃନ୍ଦାବନ ମଲ୍ଲିକ, ଅତିଥି ଭାବେ ଯୋଗଦେଇଥିବାବେଳେ ଶ୍ରୀକାନ୍ତ ପଟ୍ଟନାୟକ, ସୁବାସ ଚନ୍ଦ୍ର ପାତ୍ର, ଗଜେନ୍ଦ୍ର ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସୁରେନ୍ଦ୍ର ଜେନା, ବିଦ୍ୟୁତପ୍ରଭା ଦେଓ , ଦେବାଶିଷ ବାରିକ, ହାସ୍ୟମୟୀ ରାଜ, ଭାସ୍କର ପାଢ଼ୀ, ନାରାୟଣ ଚନ୍ଦ୍ର ଲେଙ୍କା, ନାରାୟଣ ସାହୁ, ଉମାକାନ୍ତ ଜେନା, ଅନନ୍ତ ଚରଣ ଦେହୁରୀ, ନୀଳମଣି ବାରିକ, ମୁରଲୀଧର ବେହେରା, ମମତାମୟୀ ବିଶ୍ୱକଲ୍ୟାଣୀ ରାଉତ, ସୁରେନ୍ଦ୍ର ପରିଡା, ହାସ୍ୟମୟୀ ରାଜ, ରାଜକିଶୋର ସ୍ୱାଇଁ, ଜଗନ୍ନାଥ ପାତ୍ର, ଦୋଳଗୋବିନ୍ଦ ପାଗଳ, ପ୍ରଶାନ୍ତ କୁମାର ଦାସ, ଅଜୟ ବେହେରା, ହଳଧର ପର୍ଡା, ରଞ୍ଜନ ପ୍ରଧାନ, ସୋମନାଥ ମାଝୀ ପ୍ରମୁଖ କବିମାନେ ସେମାନଙ୍କ ସ୍ୱରଚିତ କବିତା ମାନ ଆବୃତି କରିଥିଲେ । ରାମଚନ୍ଦ୍ର ମହାନ୍ତି, ଅଭୟ କୁମାର ଜେନା, ଅଜୟ କୁମାର ରାଉଳ, ନୃଷିହଂ ସେନାପତି, ହରେକଅଷ୍ଣ ସାହୁ, ହରେକୃଷ୍ଣ ଦାସ, ଜଗବନ୍ଧୁ ପଢ଼ିଆରୀ, କୃଷ୍ଣ ଚନ୍ଦ୍ର ମିଶ୍ର, ବାସୁଦେବ ଦାସ, ଯୁଦ୍ଧିଷ୍ଠିର ପାତ୍ର, ନଳିନୀ ମହାନ୍ତି, ଦାମୋଦର ଘଡେଇ, ନିତ୍ୟାନନ୍ଦ ଘଡେଇ, ସନ୍ଧ୍ୟରାଣୀ ପେରେଇ, ସୁରେଶ ଜେନା, ବିନୋଦ କୁମାର ରାଉତ, ସ୍ୱର୍ଣ୍ଣପ୍ରଭା ଜେନା, ରବିନ୍ଦ୍ର କୁମାର ନାଥ, ପ୍ରଦୀପ ଖଣ୍ଡାୟୀ, ନଳିନୀକାନ୍ତ ମହାନ୍ତି, ରାଧାଶ୍ୟାମ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ