ଶ୍ରୀନୀଳକଣ୍ଠେଶ୍ୱର ବିଦ୍ୟାପୀଠରେ ଅଭିଭାବକ,ଶିକ୍ଷକଓ ପରିଚାଳନା କମିଟିର ବୈଠକ

ଛତ୍ରପୁର ,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷକ ରାମ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅଭିଭାବକ , ଶିକ୍ଷକ ଓ ପରିଚାଳନା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟିି ସଦସ୍ୟ କାମରାଜୁ ମହାରଣା, ଅନ୍ୟତମ ସଦସ୍ୟ ଲକ୍ଷ୍ମୀନାରାୟଣ ଶତପଥି ଓ କୋରା ମହାରଣା ଉପସ୍ଥିତ ରହି ବିଦ୍ୟାଳୟରେ କିଭଳି ଶିକ୍ଷାଦାନ କାର୍ଯ୍ୟକ୍ରମ ସଂସ୍ଥାପିତ ହୋଇପାରିବ ସେ ଦିଗରେ ମତାମତ ଓ ପରାମର୍ଶ ଦେଇଥିଲେ । ଶିକ୍ଷୟତ୍ରୀ ମିନା ଦାସ, ଜୟଶ୍ରୀ ଦୋରା, ଉଷାରାଣୀ ମିଶ୍ର, ଯମୁନା ରେଡ୍ଡି, ସଂସ୍କୃତ ତଥା ଏନସିସି ଶିକ୍ଷକ ସୁଧାକର ବଳୀ, ସୁବାସିନୀ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ପିତା,ମାତାଙ୍କୁ ନିଜ ସନ୍ତାନ ମାନଙ୍କ ପାଠ ପଢା ପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକ ହେଲେ ଶିକ୍ଷକ ମାନଙ୍କ ସହ ପରାମର୍ଶ ନେବା ପାଇଁ ମତ ଦେଇଥିଲେ । ସରକାର ଯୋଗାଇ ଦେଇଥିବା ଶିକ୍ଷା ଦର୍ପଣ ପୁସ୍ତିକା ଦଶମ ଶ୍ରେଣୀର ସମସ୍ତ ବିଦ୍ୟାର୍ଥୀଙ୍କୁ ମାଗଣାରେ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ