ଶ୍ରୀବନ୍ତପୁର ଛକରେ ବରକାରକୁ ଧକ୍କା ଦେଲା ହାଇୱା

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ମଙ୍ଗଳବାର ରାତି ପ୍ରାୟ ସାଢେ ୧୦ଟା ବେଳେ ଭଦ୍ରକ-ଆନନ୍ଦପୁର ୫୩ଂ. ରାଜ୍ୟ ରାଜପଥ ତଥା ବନ୍ତ ଥାନା ଅଧିନ ଶ୍ରୀବନ୍ତପୁର ଛକରେ ଏକ ବର କାରକୁ ହାଇୱା ଗାଡି ଧକ୍କା ଦେଇଥିବା ବେଳେ ସେଥିରେ କେହି ଗୁରୁତର ଆହତ ହୋଇନଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମରୁ ବର କାରଟି ବସନ୍ତିଆ ନିକଟସ୍ଥ ବନ୍ତଳା ଗ୍ରାମକୁ ଯାଉଥିଲା । ଶ୍ରୀବନ୍ତପୁର ଛକ ନିକଟରେ ଆନନ୍ଦପୁର ଆଡୁ ଭଦ୍ରକ ଅଭିମୁଖେ ଆସୁଥିବା ଓଡି-୨୨ସି-୮୨୯୯ ନମ୍ବର ବିଶିଷ୍ଟ ହାଇୱା ଗାଡିଟି କାରକୁ ଧକ୍କା ଦେଇଥିଲା । ଫଳରେ କାରର ଚାଳକ ପାଶ୍ୱର୍ଟି ମାଡ ହୋଇ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାର ଭିତରେ ଥିବା ଛୋଟ ପିଲାଟି ସାମାନ୍ୟ ଆହତ ହୋଇଥିଲା । ପିଲାଟିକୁ ଚିକିତ୍ସା ନିମନ୍ତେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିବା ବେଳେ କାର ଓ ହାଇୱା ଗାଡିକୁ ପୋଲିସ ଥାନାରେ ଅଟକ ରଖିଛି । ହାଇୱା ଗାଡିର ମାଲିକ ଭଦ୍ରକ ଅଞ୍ଚଳର ହୋଇଥିବା ବେଳେ କାରର ମାଲିକ ଅଣ୍ଢିଆ ଗ୍ରାମର ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ