ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ

କେନ୍ଦ୍ରାପଡା -ରାଜ୍ୟ ଯୁବ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ଓଡିଶା ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଗୁରୁବାର କେନ୍ଦ୍ରାପଡା ଗସ୍ତରେ ଆସି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀବଳଦେବଜୀଊଙ୍କ ମନ୍ଦିର ଓ ତାର ପାରିପାଶ୍ୱର୍ିକ ଉନ୍ନୟନ ନିମନ୍ତେ ଘୋଷଣା କରିଥିବା ସାଢେ ୮କୋଟି ଟଙ୍କା ଅନୁଦାନରେ ନିର୍ମିତ ହେବାକୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ମନ୍ଦିର ଏଣ୍ଡାଉମେଂଟର ନିର୍ବାହୀ ଅଧିକାରୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଏବଂ ଶ୍ରୀଜୀଉଙ୍କ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ସେହି ଅନୁଦାନର ସଠିକ ବିନିଯୋଗ ସମ୍ପର୍କରେ ମଧ୍ୟ ଶ୍ରୀ ପତ୍ରୀ ଆଲୋଚନା କରିଥିଲେ । ଶ୍ରୀ ପତ୍ରୀଙ୍କ ସହିତ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଜ୍ୟୋତିରଞ୍ଜନ ଜେନା, ତାରିଣୀ ନାୟକ, ମଳୟ ପତି, ଜ୍ୟୋତିରଞ୍ଜନ ମାର୍ଥା, ଆଲୋକ ବେହେରା, ଆକାଶ ସ୍ୱାଇଁ, ରାଜେଶ ଦାସ, ଜିଲ୍ଲା ବିଜେଡି ଛାତ୍ର ସଭାପତି ପ୍ରଦୀପ ସାହୁ, ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଅକ୍ଷୟ ମେକାପ, ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରି ସଭାପତି ସରୋଜକାନ୍ତ ସାହୁ, ସମ୍ପାଦକ ସୂର୍ଯ୍ୟ ମହାନ୍ତି, ଗୈାତ୍ତମ ସ୍ୱାଇଁ, ଯୁବ ବିଜେଡି ଉପସଭାପତି ନିରଞ୍ଜନ ସାହୁ, ଯୁବ ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ମୀର ଅମୀର, ସେକ ଆନସାରି, ସେକ ନସିରୁଦ୍ଦିନ, ରାକେଶ ନାୟକ, ଜୟନ୍ତ ସାହୁ, ବିଜୟ ମଣ୍ଡଳ, ରଞ୍ଜନ ସାହୁ, କ୍ଷୀରୋଦ କର, ପ୍ରଶାନ୍ତ ସ୍ୱାଇଁ, ଛାତ୍ରନେତା ଚିତ୍ତରଞ୍ଜନ ଦାସ, ଅଭିଷେକ ସ୍ୱାଇଁ, ବାବ୍ରୂ ନାୟକ,ଦେବପ୍ରିୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ