ଶ୍ରୀବଳଦେବଜୀଉଙ୍କ ସମ୍ପତ୍ତି ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜବରଦଖଲରେ ଥିବା ଭୂସମ୍ପତ୍ତିର ପୁନରୁଦ୍ଧାର କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଯେ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ହୋଇଥିବା ତଥ୍ୟ ଅନୁଯାଇ ଶ୍ରୀଜୀଉଙ୍କର ଏ ୮୬୬.୯୯୮କର ଭୂସମ୍ପତ୍ତି ମଧ୍ୟରୁ ଏ୬୩୪.୯୮୩ କର ଜମି ଶ୍ରୀଜୀଉଙ୍କ ଟ୍ରଷ୍ଟବୋର୍ଡ ଅଧିନରେ ଥିବା ବେଳେ ଏ ୨୩୨.୦୧୫କର ଜମି ବ୍ୟକ୍ତିଗତମାଲିକାନାରେ ରହିଛି । ଏହି ଜମି ଗୁଡିକ କେନ୍ଦ୍ରାପଡା ଓ କଟକ ଜିଲ୍ଲାର ୭ଟି ତହସିଲ ଅଧିନରେ ରହିଛି । ଶ୍ରୀଜୀଉ ଏହି ସମ୍ପତ୍ତିର ମାଲିକ ହୋଇଥିବା ବେଳେ ଶ୍ରୀଜୀଉଙ୍କ ଦୈନିକ ସେବା ପୂଜା ନିମନ୍ତେ ଅର୍ଥର ଆବଶ୍ୟକତା ପାଇଁ ଚାନ୍ଦା ଆଦାୟ ଉପରେ ନିର୍ଭର କରିବାକୁ ପଡୁଛି । ତେଣୁ ଏହି ବେଆଇନ ଜବରଦଖଲରେ ଥିବା ଶ୍ରୀଜୀଉଙ୍କ ଭୂସମ୍ପତ୍ତିକୁ ତୁରନ୍ତ ପୁନରୁଦ୍ଧାର କରାଯିବା ପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ହିନ୍ଦୁ ଧର୍ମ ଓ ଦେବୋତ୍ତର ଆଇନର ଧାରା ୨୫ ଅନୁଯାଇ ଟ୍ରଷ୍ଟବୋର୍ଡ ଏହିସବୁ ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ସୁରକ୍ଷା କରିବା କଥା । କିନ୍ତୁ ଏଠାରେ ସେହି ନିୟମ ଅନୁପାଳନ କରାଯାଉନଥିବା ଦୃଷ୍ଟିରୁ ଶ୍ରୀଜୀଉଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତାପ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ନାୟକ,ରାଧାକାନ୍ତ ମହାନ୍ତି, ବୀରେନ୍ଦ୍ର କୁମାର ଦାସ, ପ୍ରଦୀପ କୁମାର ଦାଶ, ପ୍ରଦିପ ସାହୁ, ଦୀପକ କୁମାର ଚୈାଧୁରୀ,ନଗେନ୍ଦ୍ର ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ