ଶ୍ରୀବ୍ରହ୍ମେଶ୍ୱରରେ ମହାଶିବରାତ୍ରୀ, ଭଜନ ଗାଇଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ

ଭୁବନେଶ୍ୱର, ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ପ୍ରତିବର୍ଷ ପରି ମହାପ୍ରଭୁ ଶ୍ରୀ ବ୍ରହ୍ମେଶ୍ୱର ମହାଦେବଙ୍କ ମହାଶିବରାତ୍ରୀ ପାଳନ ହୋଇଥିଲା । ରାତି ସାଢ଼େ ୧୦ଟାରେ ମହାଦୀପ ଉଠିଥିଲା । ଏହି ଅବସରରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି, ଅସିମା ପଣ୍ଡା, ଅନିଲ ବାଓରା, କୁମାର ବାପି, ତପୁ ମିଶ୍ର, ଶୈଳଭାମା ମହାପାତ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ । ସେମାନେ ସନ୍ଧ୍ୟା ୭ଟାରୁ ଗୋଟିଏ ପରେ ଗୋଟିଏ ଭଜନ ଶିବ ଭଜନ ପରିବେଷଣ କରି ଶ୍ରୋତାଙ୍କ ମନମୋହିଥିଲେ । ପୂର୍ବତନ କର୍ପୋରେଟର ତଥା ବ୍ରହ୍ମେଶ୍ୱର ମନ୍ଦିର ପରିଚାଳଣା ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ମଳୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ତଥା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅଧ୍ୟକ୍ଷତା କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ଭିତରେ ଆଇନ ଶୃଙ୍ଖଳା ଓ ବାହାରେ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା । ମନ୍ଦିରରେ ଭୋର ସାଢ଼େ ୩ଟାରୁ ସାହାଣ ମେଲା ଦର୍ଶନ ହୋଇଥିଲା । ସେହିପରି ସନ୍ଧ୍ୟା ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ ସହ ଭଜନସମାରୋହ ଆରମ୍ଭ ହୋଇଥିଲା । ତେବେ ଚଳିତ ବର୍ଷ କୋଭିଡ଼୍ କଟକଣାକୁ ମାନି ଭଜନ ସମାରୋହ କରାଯିବା ସହ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ପିନ୍ଧି ମନ୍ଦିରକୁ ପ୍ରବେଶ କରି ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ମନ୍ଦିରର ସୁରକ୍ଷା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୧ଟି ସିସିଟିଭି କ୍ୟାମେରା ଲଗାଯାଇ ଭିଡ଼କୁ ନଜର ରଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ