ଜାଗରରେ କଣ୍ଟା ସାଜିଲା କୋରନା, ସଂସ୍କୃତିକ କାର୍ଯ୍ୟକ୍ରମ ଠପ୍‌

ମୋହନା, (ଅଂଶୁମାନ ପ‌ଣ୍ଡା):ଗଜପତି ଜିଲ୍ଲା ରାଜ୍ୟ ବାହାରେ ପୁଣି କୋରନା ତାର କାୟବିସ୍ତାର କରିବାରେ ଲାଗିଛି ଯାହାରି ଫଳରେ ଓଡ଼ିଶାର ମଧ୍ୟ କିଛି ପ୍ରଭାବ ପଡିଛି ତାହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଯାତ୍ରା ପର୍ବ ଉପରେ କଟକଣା ଜାରି କରିଛନ୍ତି । ମହାଶିବରାତ୍ରିରେ ହିନ୍ଦୁ ଧର୍ମର ବଡ଼ ପର୍ବ ଯାହାକି ଶିଵ ଭକ୍ତ ମାନେ ଜାଗର କରି ବର ପାଇବା ପାଇଁ ମୋହାଦେଵଙ୍କ ନିକଟରେ ଦୀପ ଦାନ କରି ପ୍ରାଥନା କରିଥାନ୍ତି ଗତ ବର୍ଷ ଶିଵରାତ୍ରରେ ଭକ୍ତମାନେ ନିଆର ଢଙ୍ଗରେ ପାଳିଥିଲେ କିନ୍ତୁ ଏହି ବର୍ଷ କୋଭିଡ଼ି୧୯ ପାଇଁ ଫିକା ପଡ଼ିଛି ଜାଗର ଯାତ୍ରା । ପ୍ରତ୍ୟେକ ଶିଵ ମନ୍ଦିରରେ ସାମାଜିକ ଦୂରତା ରଖି ପ୍ରବେଶ କରିବା ପୂର୍ବରୁ ସାନିଟାଇଜର ବ୍ୟବହାର କରି ଭଗବାନ ଶିବଙ୍କୁ ଦର୍ଶନ କରିଥିଲେ । ମୋହନା ନୀଳକଣ୍ଠସ୍ୱରମନ୍ଦିରରେ ଆଲୋକ ରେ ସଜା ଯାଇଥିଲା । ପୂଜକ ମୁନା ମୁନି, ବୁଡ଼ା ମୁନି, ଶିଵଙ୍କୁ ପୂଜା ଅର୍ଚ୍ଚନା କରିଥିବା ବେଳେ ହରି ହର ଭେଟ କରାଯାଇଥିଲା । ଶେଷରେ ନଗର ପରିକ୍ରମା କରିବା ପରେ ରାତ୍ର୧୨.୩୦ରେ ପଣ୍ଡିତ ଶିବସଙ୍କର ପଣ୍ଡା ରାତିରେ ପୂଜା ଅର୍ଚ୍ଚନା କରି ମୋହାଦୀପଚଡ଼ାଇଥିଲେ । ଗ୍ରାମ ମୁଖ୍ୟ ପ୍ରତାପ ଚନ୍ଦ୍ର ପାତ୍ର ସେଇ ପରି କେସେରା ଠାରେ ପଦ୍ମକେଶରୀ ମୋହାଦେଵଙ୍କୁ ମଧ୍ୟ ଦର୍ଶନ କରିବା ପାଇଁ ଭିଡ଼ ଜମିଥିଲା ଚାନ୍ଦିପୁଟ ଚନ୍ଦ୍ରକଳ୍ପେଶ୍ୱର, ବିରକୁଟ, ଅଡବା, ଭଳି ଆର.ଉଦୟଗିରିରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ଶିବରାତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ