ଶ୍ରୀମଦ୍ ଭାଗବତ ଗୀତା ପୁସ୍ତକ ବିତରଣ ଉତ୍ସବ

ବନ୍ତ,(ଯୁଗାବ୍ଦ ନୁୃ୍ୟଜ୍) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କ ସଂଯୋଜନାରେ ଯୋଗ ପ୍ରଶିକ୍ଷଣ ଓ ଶ୍ରୀମଦ ଭାଗବତ ଗୀତା ପୁସ୍ତକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୁବ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ଯୋଗ ଦେଇ ଗୀତା ପଠନରେ ଜୀବନର ସମସ୍ତ ଦୁଃଖ ଓ ଶୋକ ଦୂର ହୋଇଥାଏ ବୋଲି ବିଦ୍ୟାର୍ôଥ ମାନଙ୍କୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷା ସଂଯୋଜକ ବିନୋଦ ରାଉତ, ସହକାରୀ ଶିକ୍ଷୟତ୍ରୀ ଲୋପାମୁଦ୍ରା ଦାସ, ଅନ୍ନପୂର୍ଣ୍ଣା ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଦୈନନ୍ଦିନ ଗୀତା ଅଧ୍ୟୟନ କରିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ଅତିଥି ମାନଙ୍କ ତରଫରୁ ବିଦ୍ୟାର୍ଥି ମାନଙ୍କୁ ଗୀତା ବିତରଣ କରାଯାଇଥିବା ବେଳେ ସହାୟିକା ମୀନତି ପଣ୍ଡା ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ