ଶ୍ରୀମନ୍ଦିରରେ ପୁଣି ଯାଞ୍ଚ କଡାକଡି

ପୁରୀ,(ୱାଇଏନ୍ଏସ୍): ଶ୍ରୀମନ୍ଦିର ସେବାୟତ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ଆକ୍ସନ୍‌ ମୁଡ୍‌ରେ ଶ୍ରୀମନ୍ଦିର ପ୍ରଶାସନ। ଆଉ କୌଣସି ପରିସ୍ଥିତିରେ ବି କାହାରିକୁ କ୍ଷମା ଦିଆଯିବନି । ସାମାନ୍ୟ ତ୍ରୁଟି ଜଣାପଡ଼ିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିରକୁ ସଂକ୍ରମଣମୁକ୍ତ ରଖିବା ତଥା ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜାକୁ ନିର୍ବିଘ୍ନରେ ସଂପାଦନ ପାଇଁ ଶ୍ରୀମନ୍ଦିର ସେବାୟତ, ଜେଟିପି, କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି କିଛି କଡ଼ା ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। କେହି ବି ଭୁଲ୍‌ କଲେ ସେମାନଙ୍କୁ ଗିରଫ କରାଯିବାର ଚେତାବନୀ ବି ଦିଆଯାଇଛି । ଜେଟିପିମାନେ କାମରେ ଅବହେଳା କଲେ ନିଲମ୍ବନର ଆଦେଶ ବି ଦିଆଯାଇଛି । ଶ୍ରୀମନ୍ଦିରରେ ଯାଞ୍ଚ ବ୍ୟବସ୍ଥା ଠିକ୍‌ ହେଉଛି କି ନାହିଁ ତାର ତଦାରଖ ପାଇଁ ସରପ୍ରାଇଜ୍‌ ଭିଜିଟ୍‌ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ବି ଗଠନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ