ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନର ପୂର୍ଣ୍ଣାହୁତି
ବ୍ରହ୍ମପୁର : ସିଦ୍ଧାର୍ଥନଗରସ୍ଥିତ ଦିବ୍ୟ ଜୀବନ ସଂଘ ବ୍ରହ୍ମପୁର ମୁଖ୍ୟ ଶାଖା ଠାରେ ବିଶ୍ୱର କଲ୍ୟାଣ, ଜଗତର ମଙ୍ଗଳ ନିମନ୍ତେ ନବ ଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ପୂର୍ଣ୍ଣାହୁତି ସହ ବିଶ୍ରାମ ଦିବସ ପାଳିତ ହୋଇଯାଇଛି । ପାରାୟଣରେ ବ୍ୟାସ ଭାବେ ସଂଘର ସମ୍ପାଦକ କପିଳେନ୍ଦ୍ର ପଣ୍ଡା, ଉପ-ବ୍ୟାସ ଭାବେ ଉପସଭାପତି ଉମା ଚରଣ ମହାନ୍ତି ପାଠ କରିଥିଲେ । ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ରଥ ସହଯୋଗ କରିଥିଲେ । ସ୍ୱାମୀ ସ୍ୱରୂପାନନ୍ଦ ଗିରି ଚାରି ଦିନ ବ୍ୟାପି ଶ୍ରୀରାମ କଥା ଏବଂ ଗୁରୁଦେବଙ୍କ ବାଣୀ ଆଶୀର୍ବଚନ ମାଧ୍ୟମରେ ଗୁରୁ ଭାଇ ଗୁରୁଭଉଣୀମାନଙ୍କୁ ବୁଝାଇଥିଲେ । ସନ୍ଧ୍ୟାରେ ଶିଶୁ ମନ୍ଦିରର କୁନି କୁନି ବାଳକ ବାଳିକାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯଛି । କାର୍ଯ୍ୟକ୍ରମରେ ପ୍ରବଚିକା ପ୍ରତିମା ପାତ୍ର, ଶିବଶଙ୍କର ପାଣିଗ୍ରାହୀ ଉପଦେଷ୍ଟା ଗୋପାଳକୃଷ୍ଣ ପଣ୍ଡା, ୟୁ.କେ. ପାଣିଗ୍ରାହୀ, ବାଦ୍ୟଯନ୍ତ୍ରୀ ଦୀନବନ୍ଧୁ ପଣ୍ଡା, ସହ ସମ୍ପାଦକ ହୃଷିକେଶ ପାଢ଼ୀ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଓଁକାର, ସତ୍ୟ ନାରାୟଣ ନନ୍ଦ, ସୁରେଶ ମହାନ୍ତି, ଭାସ୍କର ବେହେରା, ଜନାର୍ଦ୍ଦନ ମହାନ୍ତି, ବିଭୂତି ଭୂଷଣ ପଣ୍ଡା, ବଳରାମ ପଣ୍ଡା, ପୁରୋହିତ ଦଣ୍ଡପାଣି ମିଶ୍ର, ଦୁର୍ଗା ଚରଣ ନାୟକ,ସୁରେନ୍ଦ୍ର ନାଥ ସେଠୀ, ପ୍ରଦ୍ୟୁମ୍ନ ପାତ୍ର, ନିରଞ୍ଜନ ସାହୁ, ଜୟନ୍ତୀ ପଣ୍ଡା, ଯମୁନା ଦେବୀ, ମାହେଶ୍ୱରୀ ତ୍ରିପାଠୀ, ତୃପ୍ତି ମହାନ୍ତି, ରୀନା ପାତ୍ରଙ୍କ ସମେତ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ଗୁରୁଭାଇ ଓ ଗୁରୁଭଉଣୀ ଯୋଗ ଦେଇଥିଲେ । ଶେଷରେ ସମ୍ପାଦକ କପିଳେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।