ଶ୍ରୀଲଙ୍କାରେ ଚମକିଲେ ଓଡ଼ିଆ ଝିଅ ଶେଫାଳୀ

ଶ୍ରୀଲଙ୍କାରେ ଆୟୋଜିତ କରାଯାଇଥିବା ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସ୍‌ ବ୍ରିଟିଶ ଏମ୍ପୟାର-୨୦୧୯ରେ ଦ୍ୱିତୀୟ ରନର୍ସ-ଅପ୍‌ ହୋଇଛନ୍ତି ଓଡ଼ିଆ ମଡେଲ ଶେଫାଳୀ ଉଦଗାତା । ବଲାଙ୍ଗୀରରେ ରହୁଥିବା ଓଡ଼ିଆ ଝିଅ ଶେଫାଳୀ ନିଜର ଏହି ସଫଳତା ବଳରେ ରାଜ୍ୟ ଓ ଦେଶ ପାଇଁ ସମ୍ମାନ ଆଣିଛନ୍ତି । ଏହାପୂର୍ବରୁ ଶେଫାଳୀ କଳିଙ୍ଗ ସୁନ୍ଦରୀ,ରିଲାଏନ୍ସ ଟ୍ରେଣ୍ଡଜ ଷ୍ଟାଇଲ ଆଇକନ ,ଗ୍ଲୋରି କୁଇନ,ଓଡିଶା ସୁପର ମଡେଲ,ମିସ ଡିଭା ଭୁବନେଶ୍ୱର ଏବଂ ସମର କୁଇନ ଭଳି ବହୁ ରାଜ୍ୟସ୍ତରୀୟ ବିଉଟି ପ୍ରତିଯୋଗିତା ଜିତି ସାରିଛନ୍ତି। ସୂଚନାଯୋଗ୍ୟ ଯେ, ଶେଫାଳୀ ନିଜର ସ୍ନାତକ ପାଠ୍ୟକ୍ରମ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ କରିଛନ୍ତି । ବର୍ତ୍ତମାନ ଜଣେ ପ୍ରଫେସନଲ ଆଙ୍କର ଭାବେ କାର୍ଯ୍ୟ କରି ସେ କହିଛନ୍ତି ଯେ ତାଙ୍କର ମଡେଲିଂ କ୍ୟାରିଅରର ଆରମ୍ଭ ନିଜ କଲେଜରୁ ଆରମ୍ଭ କରିଥିଲେ। ସେଠାରେ ଅନେକ ପ୍ରଶଂସାର ପାତ୍ର ହେବାପରେ ତାଙ୍କର ଆଗ୍ରହ ବଢ଼ିବାରେ ଲାଗିଲା ଏବଂ ସେ ଉଚ୍ଚ ଆଶା ପାଇଁ ମନ ବଳାଇଲେ । ତାଙ୍କର ଉଚ୍ଚ ଆଶା ଏବଂ ଦୃଢ ବିଶ୍ବାସ ଜରିଆରେ ସେ ରାଜ୍ୟସ୍ତରୀୟ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗୀତରେ ଭାଗ ନେଇ ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ଅନେକ ପ୍ରତିଯୋଗିତା ଜିତିଥିଲେ । ଏହାପରେ ସେ ଆଉ ପଛକୁ ଫେରି ନଥିଲେ । ଏଭଳି ଭାବେ ସେ ତାଙ୍କ ପ୍ରତିଭା ଜାତୀୟ ସ୍ତରକୁ ନେଇଯାଇଥିଲେ ଯେଉଁଠି ସେ ନିଜକୁ ଦେଖିବାକୁ ଚାହୁଁଥିଲେ । ନିଜର ଏହି ଦୃଢ଼ ସଂକଳ୍ପ ଯୋଗୁଁ ବର୍ତ୍ତମାନ ତାଙ୍କୁ ବିଦେଶରେ ନିଜ ରାଜ୍ୟ ଏବଂ ଦେଶର ନାମ ରଖିବା ସୁଯୋଗ ମିଳିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ