ପ୍ରେମିକ ଉପରେ ପ୍ରେମିକାର ଏସିଡ୍ ମାଡ

ଦେଶରେ ବିଭିନ୍ନ ସମୟରେ କୋଣ ଅନୁକୋଣରୁ ଅପରାଧ ଗୁମର ଫିଟିବାରେ ପ୍ରତିଦିନ ନଜର ଆସିଥାଏ । କେତେବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ,ଦାଦାବଟି ,ସମ୍ପତି ଆଉ କେତେବେଳେ ପ୍ରେମ । ଏଭଳି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଦେଖିବାକ ୁ ମିଳିଛି ଆଲିଗଡରେ । ବିଭିନ୍ନ ସମୟରେ ସମ୍ବାଦ ପେପର ଠାରୁ ଆରମ୍ଭ କରି ଗଣମାଧ୍ୟମରେ ପ୍ରେମିକ ଓ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଓ ନରରାକ୍ଷାସ ମାନେ ମହିଳା ଓ ଯୁବତୀ ମାନଙ୍କ ଉପରେ ଏସିଡ୍ ମାଡ କରିଥିବା ଆପଣ ଶୁଣିଥିବେ । କିନ୍ତୁ ପ୍ରେମିକା ଯେ ନିଷ୍ଠୁର ହୋଇ ପ୍ରେମିକ ଉପରେ ଏସିଡ୍ ମାଡ କରିବା ଘଟଣା ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି । ମିଳିଥିବା ଖବର ଅନୁଯାୟୀ ଦୀର୍ଘ ଦିନ ଧର ଉଭୟେ ଯୁବକ ଓ ଯୁବତୀ ଦୁହେଁ ପରସ୍ପର ଭଲ ପାଉଥିଲେ । କିନ୍ତୁ ଯୁବତୀ ଜଣକ ପ୍ରେମିକ ସହ କଥାବାର୍ତ୍ତା କରିନଥିଲେ । ଅନେକ ସମୟରେ ଯୁବତୀ ଜଣକ ପ୍ରେମିକ କୁ ମାନସିକ ନିର‌୍ୟ୍ୟାତିତ ଦେଉଥିବା ଅଭିଯୋଗ ଆକ୍ରମଣର ଶୀକାର ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ କିନ୍ତୁ ଯୁବତୀ ଜଣକ ପ୍ରେମିକ ବିରୋଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି । ଯୁବକ ସାଥିରେ ପ୍ରେମ ସଂମ୍ପର୍କ ରହିଥିବା ବେଳେ ଯୁବତୀଙ୍କ କିଛି ଆପତ୍ତି ଜନକ ଭିଡିଓ ଉତୋଳନ କରି ସୋସିଆଲ ଗଣମାଧ୍ୟମରେ ପଠାଇବାକୁ ଧମକ ଦେଉଥିଲେ ତେଣ ୁ ଯୁବତୀ ଜଣକ ଏହି ଭଳି କାଣ୍ଡ ଘଟାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଆକ୍ରମଣର ଶୀକାର ହୋଇଥିବା ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ୧୯ ବର୍ଷିୟ ଯୁବତୀ ଜଣଙ୍କୁ ଗିରଫ କରିଥିବା ବେଳେ ଭାରତୀୟ୍ର ପିଙ୍ଗୋଳ କୋର୍ଟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ