ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମୂଲ୍ୟବାନ ସମ୍ପତ୍ତି ଲୁଟେରାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏତଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆମ ରାଜ୍ୟରେ ଖଣିଜ ସମ୍ପଦକୁ ଲୁଟ୍ କରି ଚଳୁ କରୁଥିବା ଜଣେ ପ୍ରଭାବଶାଳୀ ଅଣଓଡ଼ିଆ ଖଣିବେପାରୀଙ୍କ ଦ୍ୱାରା ଦେଶର ପ୍ରମୁଖ ମଠ ଓ ମନ୍ଦିର ସମ୍ପତ୍ତି ଆଜି ରସାତଳ । ବେଧଡ଼କ ଭାବେ ହରିଲୁଟ ହୋଇଚାଲିଛ ତ୍ରିବେଣୀ ଖଣି ମାଫିଆଙ୍କ ହାତରେ । ବେଆଇନ ଭାବେ ନିଜ ପତ୍ନୀଙ୍କ ଦ୍ୱାରା ଜାଲ ଦଲିଲ କରି କବ୍ଚା କରିନେବାକୁ ହୀନ ପ୍ରୟାସ କରିଛନ୍ତି ତ୍ରିବେଣୀ ଖଣିଲୁଟେରା ବି. ପ୍ରଭାକରନ ଏବଂ ତାଙ୍କର ପତ୍ନୀ କିରୁଥିକ ପ୍ରଭାକରନ । ଠାକୁରଙ୍କ ବହୁ ମୂଲ୍ୟବାନ ସମ୍ପତ୍ତି ଏୟାରପୋର୍ଟ ଅଞ୍ଚଳ ଭୀମପୁର ବ୍ୟାଙ୍କ ଅଫ ବରୋଦା ନିକଟରେ ଉକ୍ତ ଜମିକୁ ହଡ଼ପ କରିଛନ୍ତି ପ୍ରଭାକରନ । ରାଜ୍ୟ ରାଜଧାନୀର ଛାତି ଉପରେ ଭୀମପୁର ଅଞ୍ଚଳର ବିମାନ ବନ୍ଦର ମୁଖ୍ୟ ରାସ୍ତାକଡ଼ରେ ଶ୍ରୀଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ସମ୍ପତ୍ତିକୁ ରାତି ଅଧରେ ହରିଲୁଟ କରିଚାଲିଛି ବିନା କାଗଜପତ୍ରରେ । ଜବରଦସ୍ତ ନାଲି ଆଖି ଦେଖାଇ, ତୃତୀୟ ମହଲାର ଭୟ ଦେଖାଇ ବଡ଼ ବଡ଼ ମେସିନ୍ ଓ ଗାଡ଼ି ଦ୍ୱାରା ମାଟି ପୋତା କାର୍ଯ୍ୟ ଚାଲିଛି । ଆମ ରାଜ୍ୟର ଶାସନ ପ୍ରଶାସନ ଉପରେ ଆଇନକାନୁନ ବ୍ୟବସ୍ଥାର ଛାତି ଚିରି କବ୍ଚା କରିଛନ୍ତି ବୋଲି କହୁଛନ୍ତି । ଉକ୍ତ ଜମି ମାମଲା ଉପରେ ବିଭିନ୍ନ ଫୋରମରେ ବିଚାରଧୀନ ଅବସ୍ଥାରେ ଅଛି । ଏହାଉପରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ରହିଛି ରେଭିନ୍ୟୁ ବୋର୍ଡ଼ ମେମ୍ବରଙ୍କୁ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ । କାର୍ଯ୍ୟ ବନ୍ଦ ରଖିବା ସହ ପଟ୍ଟା ଖାରଜ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ପ୍ଲଟର ପଟ୍ଟା ମଧ୍ୟ ଖାରଜ ହୋଇସାରିବା ପରେ ଜୋର ଜବରଦସ୍ତ ପଶି କିରୁଥିକ ପ୍ରଭାକରନ କାର୍ଯ୍ୟ କରିବା ଏକ ଅପରାଧିକ କାର୍ଯ୍ୟ ଅଟେ । ତ୍ରିବେଣୀ ଖଣି ମାଲିକଙ୍କ ପତ୍ନୀ କରୁଥିକ ପ୍ରଭାକରନ ଷଡ଼ଯନ୍ତ୍ର, ଚଞ୍ଚକତା ଓ ଜାଲ୍ ଦଲିଲ୍ ହାତେଇ ଲିଙ୍ଗରାଜଙ୍କୁ ଠକିଛନ୍ତି । ଲିଙ୍ଗରାଜ ହେଉଛନ୍ତି ଆଜୀବନ ନାବାଳକ । ଏଥିପାଇଁ ପରବର୍ତ୍ତୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶରେ ପଟ୍ଟା ଖାରଜ ହୋଇଥିଲା । ଏହି ଷଡ଼ଯନ୍ତ୍ର ହୀନ ଚକ୍ରାନ୍ତ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ହାତରୁ ତାଙ୍କ ଅଧିକାର ଭୂସମ୍ପତ୍ତି ବିପଦରେ ପଡ଼ିଛି । ଏଣୁ ହଡ଼ପକାରୀଙ୍କ ଉପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଷ୍ଟେଟ ପ୍ରୋଗ୍ରେସିଭି ୱିମେନ୍ସ ଫୋରମ ତରଫରୁ ନିବେଦନ କରାଯାଇଛି । ଆଜି ଓଡ଼ିଶାରେ ପଶି ଜଣେ ଅଣଓଡ଼ିଆ ପ୍ରଭାବୀ ଖଣି ମାଫିଆ ତାଙ୍କ ଦବ୍ଦବାରେ ଶାସନ ପ୍ରଶାସନ ଧରାଶାୟୀ ହୋଇଛି । ଠାକୁରଙ୍କ ସମ୍ପତ୍ତିକୁ କବ୍ଜା କରିବା ଓଡ଼ିଶା ପାଇଁ ସଙ୍କଟର ସତର୍କ ଘଣ୍ଟି । ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ଜମିକୁ ଉଦ୍ଧାର କରାଯାଉ । କିରୁଥିକା ପ୍ରଭାକରନ ଚୋରି, ଡ଼କାୟତି କରୁଛନ୍ତି, ମହାପ୍ରଭୁ ଲିଙ୍ଗରାଜଙ୍କ ମୂଲ୍ୟବାନ ଭୂସମ୍ପତ୍ତି ବେଆଇନ ଭାବେ ବହୁବଳ, ଗୁଣ୍ଡାବଳ ଦେଖାଇ ନିର୍ମାଣ କାର୍ଯ୍ୟ ଜବରଦଖଲ ରାତି ଅଧିଆ ଜାରି ରଖିଛନ୍ତି । ବିମାନ ବନ୍ଦ ସନ୍ନିକଟ ଉକ୍ତ ଜମି ଖାତା ନମ୍ବର ୫୪୪/୨୮୬ ପ୍ଲଟ ନଂ ୮୫୨/୨୫୭୩ର ଦୁଇଏକର ଦୁଇଶ ପରିମିତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ତତ୍ତ୍ୱାବଧାନରେ ସୁଦର୍ଶନ ଭାରତୀ ଗୋସ୍ୱାମୀ ମଠଙ୍କ ନାମରେ ୧୯୬୨ ମସିହାରେ ସାବିକ ପଟ୍ଟା ଥିବା ଭିତରେ ହୃଷିକେଶ ଦାସ ଏବଂ ସରସ୍ୱତୀ ପାତ୍ର ନାମକ ବ୍ୟକ୍ତି ଚଞ୍ଚକତା କରି ଠାକୁରଙ୍କ ନାମକୁ ପରିବର୍ତ୍ତନ କରି ଜାଲ ପଟ୍ଟା ହାତେଇଥିଲେ । ଯାହା ୁପରେ ୨୦୧୬ରେ ଦେବୋତ୍ତର ଆୟୁକ୍ତ ୨୫ ଧାରାରେ ଏକ କେସ୍ ରୁଜୁ କରିଥିଲେ ଏବଂ ଲିଙ୍ଗରାଜ ମହାପ୍ରଭୁଙ୍କ ତରଫରୁ ମନ୍ଦିର ଟ୍ରଷ୍ଟବୋର୍ଡ଼ କାର୍ଯ୍ୟନିର୍ବାହୀ ଅଧିକାର ଏକ ସିଭିଲ୍ ସୁଟ କରିଥିଲେ ତାଙ୍କ ଜମି ଅଧିକାର ଉପରେ ଯାହା ଗଣମାଧ୍ୟମରେ ୨୦୧୯ ମସିହାରେ ଆସିଥିଲା । ଏହା ଉପରେ ରାଜସ୍ୱ ବିଭାଗ ନିଜ ତରଫରୁ ଜମି ବନ୍ଦୋବସ୍ତ ନିର୍ଦ୍ଦେଶକ ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ଛାନଭିନ୍ନ ଆରମ୍ଭ ହୋଇଥିଲା । ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ ନିର୍ଦ୍ଦେଶକ ସଶଧାର ନାୟକ । ସଚିବ ଶ୍ରୀ ସେଠୀ ୨୩/୯/୨୦୨୦ରେ ଠାକୁରଙ୍କ ମୂଲ୍ୟବାନ ସମ୍ପତ୍ତିର ପଟ୍ଟା ଭୁଲ୍ରେ କିଛି ବ୍ୟକ୍ତି ଚଞ୍ଚକତା କରି ତାଙ୍କ ନାମରେ କରାଇ ନେଇଛନ୍ତି । ଲିଙ୍ଗରାଜ ପ୍ରଭୁଙ୍କୁ ତାଙ୍କ ଭୂସମ୍ପତ୍ତିକୁ ଫେରସ୍ତ ପାଇବେ ରିଭିଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ଥିବାରୁ ତାଙ୍କୁ ନିର୍ଦ୍ଦେଶ ହୋଇଥିଲା । ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟନିବାହୀ ଅଧିକାରୀ ପଟ୍ଟା ସଂଶୋଧନ ନିମନ୍ତେ ନିମନ୍ତେ ମେମ୍ବର ଅଫ ବୋର୍ଡ଼ ରେଭିନ୍ୟୁ କଟକଙ୍କ କୋଁରେ କେସ୍ ନଂ ୫୦୨୦/୨୦୨୦ ଆବେଦନ ହୋଇଥିଲା । ଏଥିରେ ୫ଜଣ ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କଯାଯାଇଥିଲା । ଏଥିରେ ୯ ନମ୍ବର ବ୍ୟକ୍ତି ଜଣକ ହୃଷିକେଶ ଦାସ, ପିତା-ହରିମୋହନ ଦାସ ଲକ୍ଷ୍ମୀସାଗର ଅଞ୍ଚଳର ଅଧିବାସୀ ପୁନର୍ବାର ଚଞ୍ଚକତା କରି କେସ୍ ବିଚାରଧୀନ ଥିବା ଅବସ୍ଥାରେ କିରୀତକା ପି ନାମକ ମହିଳାଙ୍କୁ କିପରି ମଠ ମନ୍ଦିର ସମ୍ପତ୍ତି ବିକ୍ରି କରାଗଲା ୬ କୋଟି ୫୦ ଲକ୍ଷରେ ଏବଂ ତ୍ୱରିତ ଦଲିଲ ମଧ୍ୟ ହାତେଇ କିରୀତିକା ପ୍ରଭାକରନ । ଦଲିଲର ୮ ଦିନ ଭିତରେ ଚଞ୍ଚକତା କରି ପଟ୍ଟା ନିଜ ନାମରେ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ପ୍ଲଟରେ ବେଧଡ଼କ ଭାବେ କେମିତି କିରୀତିକା ପ୍ରଭାକରନ କାର୍ଯ୍ୟ ଆରମ୍ଭ କରିବା ପରେ ଏ ସଂକ୍ରାନ୍ତରେ ସ୍ଥାନୀୟ ଅଧିବାସୀ ଜାଣିବାକୁ ପାଇଲେ । ଶଙ୍କର୍ଷଣ ପରିଡ଼ା ବରିଷ୍ଠ ନାଗରିକ, ସମାଜସେବୀ ମମତା ସାମନ୍ତରାୟ, ଜନ ଜାଗରଣ ମଞ୍ଚର ଆବାହକ ଭୀଷ୍ମ ବାବୁ, ସମାଜସେବୀ ସଞ୍ଜୀବ ପତ୍ରୀ ପ୍ରମୁଖ ପ୍ରତିବାଦର ସ୍ୱରକୁ ତୀବ୍ର କରିଥିଲେ । ଜନ ଅଭିଯୋଗ ପରେ ତହସିଲଦାର ତୁରନ୍ତ କିରୀତିକା ପି. ହାତେଥିବା ପଟ୍ଟାକୁ ଖାରଜ କରିଥିଲେ । ବେଆଇନ ପଟ୍ଟା ଦଲିଲ ରଦ୍ଦ ହେଲା ପରେ ବି ଉକ୍ତ ଲିଙ୍ଗରାଜଙ୍କ ଜମିରେ କିରୀତିକା ପି. ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଆମେ ନିବେଦନ କରୁ ହଡ଼ପକାରୀଙ୍କ ଉପରେ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରାଯାଇଛି । ଷ୍ଟେଟ ପ୍ରୋଗ୍ରେସିଭି ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସାମନ୍ତରାୟଙ୍କ ସମେତ ଫୋରମ ସଦସ୍ୟା ବାସନ୍ତୀ ସାହୁ, କୁନି ଦେବୀ, ନିରୂପମା ରଥ, ଡଃ ଜୟନ୍ତୀ ଦେବୀ, ସ୍ୱାଗତିକା ବାରିକ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବା ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏୟାରପୋର୍ଟ ଥାନାର ଆଇଆଇସିଙ୍କୁ ଏତଲା ଦିଆଯାଇଛି ।