ଶ୍ରୀୟାଖେମୁଣ୍ଡିରେ ମା ‘ ମୁସୁଲିପୋଲାମା ଠାକୁରାଣୀଙ୍କ ଯାତ୍ରାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହର ଠାରୁ କିଛି କିମି ଦୁରରେ ଥିବା ଆନ୍ଧ୍ରର ଶ୍ରୀୟାଖେମୁଣ୍ଡି ଗ୍ରାମ ଠାରେ ମା’ ମୁସୁଲିପୋଲାମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି. ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଠାକୁରାଣୀ ଯାତ୍ରା ଅତ୍ୟନ୍ତ ଭକ୍ତିପୂତ ଭାବେ ଏବଂ ମହା ଆଡମ୍ବରରେ ଆରମ୍ଭ ହୋଇଛି. ଠାକୁରାଣୀ ଯାତ୍ରା ଆୟୋଜନ କରାଯାଉଥିବା କମିଟି ତରଫରୁ ଭାସ୍କର ଦାସ, ବସନ୍ତ ହୋତା ରଜନୀ ଦାସ, ବିଶ୍ୱନାଥ ପଣ୍ଡା, ଗୌରେସୁ ପ୍ରମୁଖ ଜଣାଇଛନ୍ତି. କୋଭିଡ ଯୋଗୁଁ ମା’ ମୁସୁଲିପୋଲାମାଙ୍କ ଯାତ୍ରା ଶ୍ରୀୟାଖେମୁଣ୍ଡି ଗ୍ରାମରେ ୫ ବର୍ଷ ପରେ ଗତକାଲି ଆରମ୍ଭ ହୋଇଛି. ଏହି ଯାତ୍ରା ୫ ଦିନ ଧରି ଅନୁଷ୍ଠିତ ହେବ. ମଙ୍ଗଳବାର ଦିନ ମା ଙ୍କ ଯାତ୍ରା ସମାପନ ହେବ. ୫ ବର୍ଷ ପରେ ଚଳିତ ଥର ଏହି ଯାତ୍ରା ଆୟୋଜିତ ହୋଇଥିବାରୁ ଶ୍ରୀୟାଖେମୁଣ୍ଡି ଗ୍ରାମର ପ୍ରତେକ ଗ୍ରାମବାସୀ ବର୍ତମାନ ଗ୍ରାମରେ ଉପସ୍ଥିତ ରହି ମା’ଙ୍କୁ ସ୍ୱାଗତ ଜଣାଇ ଭକ୍ତିପୂତ ଭାବେ ପ୍ରଦୀପ ପ୍ରଜ୍ବଳନ କରି ପୂଜା ପାଠ କରିଥିଲେ. ଠାକୁରାଣୀ ଯାତ୍ରାକୁ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୂଜା କମିଟି ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି.