ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକୋତ୍ସବ
ଚାରିଛକ(ଜୁଗାବ୍ଦ ନ୍ୟୁଜ୍): ଚାରିଛକ ନିକଟସ୍ଥ ରତନପୁରଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୭ମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅନ୍ନପୂର୍ଣ୍ଣା ଶିକ୍ଷାକେନ୍ଦ୍ରର ଅବସରପ୍ରାପ୍ତ ଶିକ୍ଷକ କାହ୍ନୁ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ମଙ୍ଗଳା ମହାବିଦ୍ୟାଳୟା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ସନ୍ତୋଷ କୁମାର ମିତ୍ର, ମୁଖ୍ୟବକ୍ତା ଭାବେ ପ୍ରଫେସର ଗୋପୀନାଥ କର ପ୍ରାକ୍ତନ ଅଧ୍ୟକ୍ଷ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ,ସମ୍ମାନିତ ଅତିଥିଭାବେ ଚନ୍ଦ୍ରକାନ୍ତ ଦଳାଇ ଅବସରପ୍ରାପ୍ତ ସହକାରୀ କମିସନର କେନ୍ଦ୍ରୀୟ ଅବକାରୀ ବିଭାଗ, ଅଭିମନ୍ୟ ସାହୁ ରତନପୁର ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ଜିତେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଥମେ ଅତିଥିମାନେ ପ୍ରଦ୍ୱୀପ ପ୍ରଜ୍ୱଳନ କରିବା ପରେ କୁନିକୁନି ପିଲାଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା । ପିଲାମାନେ ଭଲ ପାଠ ପଢିବା ସହ ଭବିଷ୍ୟତରେ ଜଣେଜଣେ ଭଲ ମଣିଷ ହେବାପାଇଁ ଅତିଥିମାନେ ପରାମର୍ଶ ଦେବାସହ ଶିକ୍ଷକମାନେ ବି ପିଲାଙ୍କୁ ଭଲ ଶିକ୍ଷାଦାନ ଦେବା ସେମାନଙ୍କର ଗୁରୁ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ପରେ କୁନିକୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯକ୍ରମରେ ସମସ୍ତ ଅପା,ଭାଇ,ଅଭିଭାବକ ଓ ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


