ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବାର୍ଷିକ କ୍ରୀଡା ଅନୁଷ୍ଠିତ
ଆରଡି,(ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଧୂଷୁରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ୧୫ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅଧ୍ୟାପକ ରବିନ୍ଦ୍ର ବେହୁରିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୟାଧର ପଣ୍ଡା ଯୋଗ ଦେଇଥିଲେ । ନଦିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ,ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ଦେବାଶିଷ ସାମଲ,ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ପଣ୍ଡିତ ନୃସିଂହ ଚରଣ ନାୟକ, ଉପସଭାପତି ବଲେଖ ଚନ୍ଦ୍ର ନାୟକ, ସଭ୍ୟ ପ୍ରଦୀପ୍ତ କିଶୋର ଦାସ, ସମ୍ପାଦକ ସୁଧୀର କୁମାର ନାୟକ,ନିରୋଦ ବେହେରା,ଟ୍ରଷ୍ଟି ପରିଚାଳିକା ମଧୁମିତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷାକେନ୍ଦ୍ରର ସମସ୍ତ ଗୁରୁଜୀ,ଗୁରୁମା’ ଏବଂ ଅଭିଭାବକ ଅଭିଵାବିକା ମାନେ ଯୋଗଦାନ କରିଥିଲେ।କ୍ରୀଡା ଶିକ୍ଷକ ବିକେନ୍ଦ୍ର କୁମାର ମହାନ୍ତି କ୍ରୀଡ଼ା ପରିଚାଳନା କରିଥିଲେ । ଏହି ବାର୍ଷିକ କ୍ରୀଡାରେରେ ବିଦ୍ୟାଳୟ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।