ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟିର ୮୨ବର୍ଷ ପୂର୍ତ୍ତି ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଚଳିତବର୍ଷ ଶ୍ରୀ ଗଙ୍ଗାଭଗିରଥ ପୂଜା କମିଟି ତା’ର ୮୨ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଅଛି । ଏବର୍ଷ ପୂଜା କମିଟି ଚାନ୍ଦି ମେଢ ଓ ସିଂହାସନ ନିର୍ମାଣରେ ଦୁଇ କ୍ୱିଣ୍ଟାଲ ୨୦ କି.ଗ୍ରା ଚାନ୍ଦି ରୂପା ବ୍ୟବହାର କରିଛି । ମା’ଙ୍କ ମୁକୁଟ ନିର୍ମାଣରେ ମଧ୍ୟ ୭ଶହ ଗ୍ରାମ ସୁନା ବ୍ୟବହାର କରାଯାଇଛି । ଚଳିତବର୍ଷ ବିଶେଷ ଆକର୍ଷଣ ହେଉଛି ସୁନା ମୁକୁଟ ଓ ଚାନ୍ଦି ମେଢ । ଏଥିସହିତ ଆସନ୍ତା ନଭେମ୍ବର ୨ତାରିଖରେ ଇରା ମହାନ୍ତି ମେଲୋଡି ଓ ୩ତାରିଖରେ ପ୍ରଜ୍ଞା ଖଟୁଆ ହାସ୍ୟରସ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଭଷାଣୀରେ ଶ୍ରୀକାକୂଲମର ବ୍ୟାଣ୍ଡ ପାର୍ଟି ଓ ବଲାଙ୍ଗିରର ଢୋଲବାଦ୍ୟ ବ୍ୟବହାର କରାଯାଇ ମା’ଙ୍କୁ ସହର ପରିକ୍ରମା କରାଯିବ । ପୂଜା ପର ଠାରୁ ୭ଦିନ ବ୍ୟାପି ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଏହି ଉତ୍ସବକୁ ପାଳନ କରିବାକୁ କମିଟିର ସଭାପତି ସୁବାଷ ଚାନ୍ଦ, ସମ୍ପାଦକ ନିଗମାନନ୍ଦ ସାହୁ, ଉପସଭାପତି କୁଳମଣୀ ବେହେରା, ସହସମ୍ପାଦକ ଭାଗିରଥି ସାହୁ, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ଭଗତ ପ୍ରମୁଖ ପୂଜା କମିଟିର ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି । କମିଟିର ସଦସ୍ୟ ଶମ୍ଭୁ ଚାନ୍ଦ, ମନ୍ମଥ ସିଂହ, ଗୈାରାଙ୍ଗ ବେହେରା, ଆଦିତ୍ୟ ମହାପାତ୍ର, କୁଞ୍ଜବିହାରି ଭଗତ, ହିମାଞ୍ଜନ ସାହୁ, ଗନ୍ଧର୍ବ ବେହେରା ପ୍ରମୁଖ ମା’ଙ୍କ ପୂଜାରେ ସହଯୋଗ କରୁଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ