ଶ୍ରୀ ଗୁରୁଦେବ ଠାକୁରଙ୍କ ସ୍ନାନ ଉତ୍ସବ

ନିମାପଡ଼ା,(ସନ୍ତୋଷ ଦାଶ) ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଅବସର ରେ ପ୍ରାଚୀ ଉପତ୍ୟକା ର ବନ୍ଦେଶ୍ୱର ଗ୍ରାମ ରେ ପୂଜା ପାଉଥିବା ଶ୍ରୀ ଗୁରୁଦେବ ଠାକୁର ଙ୍କ ସ୍ନାନ ଉତ୍ସବ ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ଗୁରୁଦେବ ଠାକୁର ଙ୍କ ମଙ୍ଗଳ ଆଳତି, ମଇଲମ ନୀତି ପରେ ବାଳ ଭୋଗ ଅର୍ପଣ କରାଯାଇଥିଲା। ତା ପରେ ପୂଜକ କୈଳାସ ପାଣି, ପୂର୍ଣ୍ଣ ପାଣି, ପ୍ରମୋଦ ପାଣି ପ୍ରମୁଖ ଠାକୁର ଙ୍କୁ ଶୁନ୍ୟ ପହଣ୍ଡି ରେ ମନ୍ଦିର ଭିତରୁ ସ୍ନାନ ମଣ୍ଡପ କୁ ନେଇଥିଲେ। ସେଠାରେ ପୁଣ୍ୟତୋୟା ପ୍ରାଚୀ ନଦୀ ରୁ ଅଣା ଯାଇଥିବା ୧୦୮ କଳସ ଶୁଦ୍ଧ
ପାଣି ରେ ଠାକୁରଙ୍କୁ ସ୍ନାନ କରା ଯାଇଥିଲା। ଏହି ଅବସର ରେ ସ୍ନାନ ମଣ୍ଡପ ରେ ଯଜ୍ଞ ଓ ଭଗବତ ଗୀତା ପାଠ କରା ଯାଇଥିଲା। କର୍ତ୍ତା ଭାବେ ତୁଳସୀପୁର ଗ୍ରାମ ର ଅବନୀନ୍ଦ୍ର ତ୍ରିପାଠୀ କାର୍ଯ୍ୟ କରିଥିବାବେଳେ ପଣ୍ଡିତ ସହଦେବ ମିଶ୍ର ଓ ଚନ୍ଦ୍ର ଶେଖର ମହାପାତ୍ର ଙ୍କ ଦ୍ଵାରା ଯଜ୍ଞ କରାଯାଇଥିଲା। ପଣ୍ଡିତ ବିଦ୍ୟା ଭୂଷଣ ମିଶ୍ର ଠାକୁର ଙ୍କ ସ୍ନାନ ନୀତି
କରିଥିବା ବେଳେ ପୂଜକ ଚୈତନ୍ୟ ପାଣି ଠାକୁର ଙ୍କ ପୂଜା ନୀତି କରିଥିଲେ।ସ୍ନାନ ପରେ ଠାକୁର ଙ୍କୁ ନବ ବସ୍ତ୍ର, ପୁଷ୍ପମାଳ ପିନ୍ଧାଯାଇଥିଲା।ଅନ୍ନ ପ୍ରସାଦ ଭୋଗ ଲାଗି କରାଯିବା ପରେ ଠାକୁର ଙ୍କୁ ଅଣସର ଗୃହ କୁ ନିଆ ଯାଇଥିଲା। ସ୍ନାନ ଉତ୍ସବ ଦେଖିବାକୁ ଶ୍ରୀ ଗୁରୁଦେବ ମନ୍ଦିର ଠାରେ ପ୍ରବଳ ଜନଗହଳି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ