ଶ୍ରୀ ଜଗନ୍ନାଥଙ୍କ ପୋଢୁଆଁ ଯାତ୍ରାର ଦ୍ୱିତୀୟ ସଂଖ୍ୟା ଲୋକାର୍ପଣ
ନିମାପଡ଼ା,(ସନ୍ତୋଷ କୁମାର ଦାଶ):ପୁଣ୍ୟ ତୋୟା ପ୍ରାଚୀ ନଦୀ ଉପତ୍ୟକା ର ମାଧବ ସଂସ୍କୃତି ଉପରେ ପର୍ଯ୍ୟବେସିତ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମହାନ୍ତି ଙ୍କ ସମ୍ପାଦନା ରେ ପ୍ରକାଶିତ ଶ୍ରୀ ଜଗନ୍ନାଥ ଙ୍କ ପୋଢୁଆଁ ଯାତ୍ରା ପୁସ୍ତକ ର ଦ୍ଵିତୀୟ ସଂଖ୍ୟା ଆଜି ଲୋକାର୍ପଣ ହୋଇ ଥିଲା। ସ୍ବାମୀ ସୁଧାନନ୍ଦ ଗିରି ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ପରିଚିତ ପ୍ରାଚୀ ଉପତ୍ୟକା ର ଦୂର୍ଗା ମାଧବ ମନ୍ଦିର ଠାରେ ଆନୁଷ୍ଠାନିକ ଭାବେ ଉକ୍ତ ପୁସ୍ତକ କୁ ଲୋକାର୍ପଣ କରିଥିଲେ। ପ୍ରଥମେ ପୁସ୍ତକ ଟିକୁ ପ୍ରଭୁ ଦୂର୍ଗା ମାଧବ ଙ୍କ ଚରଣ ରେ ପୂଜକ ମାନଙ୍କ ଦ୍ଵାରା ସମର୍ପଣ କରା ଯାଇଥିଲା। ସ୍ବାମୀ ସୁଧାନନ୍ଦ ଗିରି ଙ୍କ ସହିତ ରାଜକିଶୋର ଓରଫ ନନ୍ଦ ବାବା,ମାଧବ ମନ୍ଦିର ର ପୂଜକ ତ୍ରିଲୋଚନ ପୁଷ୍ପାଳକ,ସଞ୍ଜୟ କୁମାର ପୁଷ୍ପାଳକ,କୃଷ୍ଣ ଚନ୍ଦ୍ର ପୁଷ୍ପାଳକ, ଯୋଗେନ୍ଦ୍ର ନାଥ ଦାସ ଓ ପୁସ୍ତକ ର ସଂପାଦକ ସାମ୍ବାଦିକ ବିଜୟ କୁମାର ମହାନ୍ତି ପ୍ରମୁଖ ପୁସ୍ତକ ଲୋକାର୍ପଣ ଉତ୍ସବ ରେ ଯୋଗ ଦେଇଥିଲେ। ପୁସ୍ତକ ଟିରେ ବିଭିନ୍ନ ଅଞ୍ଚଳ ର ଗବେଷକ ମାନେ ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ମାଧବ ଉପାସନା କିପରି ପ୍ରଚାର ଓ ପ୍ରସାର ଲାଭ କରିଥିଲା ସେ ସମ୍ପର୍କ ରେ ନିଜ ନିଜ ସଂଗୃହିତ ତଥ୍ୟ ପ୍ରକାଶ କରିଛନ୍ତି ବୋଲି ପୁସ୍ତକ ର ସଂପାଦକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।