ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ପାଇଁ ଗାଁ ଗଣ୍ଡା ରେ ଜଗନ୍ନାଥ ମୟ ପରିବେଶ
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ୧୭ ତାରିଖ ରେ ଶ୍ରୀ କ୍ଷେତ୍ର ପୁରୀ ଠାରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ରାଜ୍ଯ ର ଗାଁ ଗଣ୍ଡା ର ସାଧାରଣଲୋକ ମାନଙ୍କୁ ସାମିଲ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ଆଜି ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ଅଞ୍ଚଳ ରେ ଅର୍ପଣ ରଥ ପରିକ୍ରମା କରିଥିଲା। ସରପଞ୍ଚ ଜ୍ୟୋସ୍ନାରାଣୀ ପରିଡ଼ା, ସମିତି ସଭ୍ୟା ଆରତୀ କାଣ୍ଡି,ପଞ୍ଚାୟତ ବିଜେଡ଼ି ସଭାପତି ପବିତ୍ର ପରିଡ଼ା, ହରିହର ସ୍ବାଇଁ ପ୍ରମୁଖ ଙ୍କ ନେତୃତ୍ୱ ରେ ଅର୍ପଣ ରଥ ବଡ଼ଓଲା ଗ୍ରାମ ରୁ ବାହାରି ସାନ ଗୋଲା, ଶିଶୁଅ, ବେଳଙ୍ଗ , ହଳଦୀ ଗୋଡ଼ା, ଇନାୟତପୁର, କେଉଟ ଜଙ୍ଗା ପ୍ରଭୃତି ଗ୍ରାମ ପରିକ୍ରମା କରିଥିଲା।ପଞ୍ଚାୟତର ଜିଆରଏସ ଚନ୍ଦ୍ରମଣି ପରିଡ଼ା ରଥ ପରିକ୍ରମା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସେହିପରି ନିମାପଡ଼ା ବ୍ଲକ ଉଛୁପୁର ପଞ୍ଚାୟତ ର ମଧ୍ୟସାହି ଗ୍ରାମ ଠାରୁ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଧାୟକ ସମୀର ରଞ୍ଜନ ଦାଶ ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବ୍ଲକ ବିଜେଡ଼ି ସଭାପତି ଅଶୋକ ସାହୁ, ବିଡିଓ ଭୁବନାନନ୍ଦ ପଟ୍ଟନାୟକ, ବ୍ଲକ ସହକାରୀ ଯନ୍ତ୍ରୀ ସୁନିଲ ନନ୍ଦ ପ୍ରମୁଖ ରଥ ପରିକ୍ରମା ରେ ସାମିଲ ହୋଇଥିଲେ। ଘରୁ ଘରୁ ଅକ୍ଷତ ଓ ଚାଉଳ ସଂଗ୍ରହ କରା ଯାଇଥିଲା। ଏଥି ପାଇଁ ଗାଁ ଗଣ୍ଡା ରେ ଜଗନ୍ନାଥମୟ ପରିବେଶ ସୃଷ୍ଟି ହୋଇଥିଲା।