ଶ୍ରୀ ଜଗନ୍ନାଥ ମନ୍ଦିର ଶାସଙ୍ଗରେ ଅକ୍ଷୟ ତୃତୀୟା ଅବସରରେ ଶ୍ରୀଜଗନ୍ନାଥ ସାଂସ୍କୃତିକ ମଣ୍ଡପ ଉଦ୍ଘାଟିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଜୀଉ ବିଜେ ମନ୍ଦିରରେ ଅକ୍ଷିତୃତୀୟା ଅନୁଷ୍ଠିତ ହୋଇଯାଇଛି । ଦିବା ୧୦ ଘଟିକା ସମୟରେ ମନ୍ଦିର ସମ୍ମୁଖରେ ଥିବା ରଥ ଖଳାରେ ରଥ ଅନୁକୂଳ ପାଇଁ ଅଖ ପୂଜା କରାଯାଇଥିଲା । ଅପରାହ୍ନ ୪ ଘଟିକା ସମୟରେ ପୂର୍ବ ବର୍ଷ ପରି ନୋସି ବିଜନେସ୍ ପାର୍କରେ ପଟିଦିଅଁ ଅଙ୍କନ ପାଇଁ ଟିତ୍ରଶିଳ୍ପୀ କେଶୁ ଦାସ ଏବଂ ତାଙ୍କର ସାଥୀମାନେ ମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୋସି ବିଜ୍ନେସ୍ ପାର୍କକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅକ୍ଷୀତୃତୀୟା ଉତ୍ସବରେ ବିଶେଷ ଆକର୍ଷଣ ଥିଲା ସ୍ଥାନୀୟ ସ୍ୱର୍ଗତଃ ନଗେନ୍ଦ୍ର ନାରାୟଣ ଦାସ ସ୍ମୃତି ପରିଷଦ ଦ୍ୱାରା ନିର୍ମିତ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଣ୍ଡପର ଉଦ୍ଘାଟନି ଉତ୍ସବ । ଏହି ମଣ୍ଡପ ସ୍ୱର୍ଗତଃ ନଗେନ୍ଦ୍ର ନାରାୟଣ ଦାସଙ୍କ ୪ ସୁଯୋଗ୍ୟ ପୁତ୍ରଙ୍କ ଆର୍ଥିକ ସହାୟତାରେ ନିର୍ମାଣ କରାଯାଇଥିଲା । ସନ୍ଧ୍ୟାରେ ବହୁ ଗ୍ରାମବାସୀ ଏବଂ ଶ୍ରୀ ଦାସଙ୍କ ପରିବାର ବର୍ଗଙ୍କ ଗହଣରେ ସ୍ୱର୍ଗତଃ ଶ୍ରୀ ଦାସଙ୍କ ସାନଭାଇ ସମାଜସେବୀ ବରେନ୍ଦ୍ର ନାରାୟଣ ଦାସ ଫିତାକାଟି ଏହି ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଣ୍ଡପକୁ ଉଦ୍ଘାଟନ କରିଥିଲେ । ତାଙ୍କ ସହ ମନ୍ଦିରର ଟ୍ରଷ୍ଟି ଅକ୍ଷୟ କୁମାର ଦାସ, ମନ୍ଦିରର ମୁଖ୍ୟ ପୂଜାରୀ ସତ୍ୟନାରାୟଣ ମହାପାତ୍ର, ସ୍ୱର୍ଗତଃ ଶ୍ରୀ ଦାସଙ୍କ ୨ୟ ପୁତ୍ର ଅଜିତ୍ କୁମାର ଦାସ ଓ ପୁତୁରା ତଥା ସମାଜସେବୀ ବିକାଶ କୁମାର ଦାସ ଏହି ଉଦ୍ଘାଟନକୁ ସହଯୋଗ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ବାଲେଶ୍ୱର ତଥା ଓଡିଶାର ସୁନାମଧନ୍ୟ ଓଡିଶୀ ନୃତ୍ୟଗୁରୁ ଭାଗବତ ପତିଙ୍କ ଶିଷ୍ୟମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।