ଶ୍ରୀ ନୀଳକଣ୍ଠେଶ୍ୱର ଭଲିବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରରେ ଶ୍ରୀ ନୀଳକଣ୍ଠେଶ୍ୱର ଭଲିବଲ ଟୁର୍ଣ୍ଣାମେଣ୍ଟ ମଇ ୨୮ ତାରିଖ ଦିନ ଶୁଭାରମ୍ଭ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥିଭାବେ ବାଲିପଦରର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ର, କ୍ରୀଡ଼ାବିତ ଦେବୀ ପ୍ରସାଦ ଖାଡଙ୍ଗା, ରାଜ ଗୋପାଳ ନାୟକ, କେ.ମନୋଜ କୁମାର ଆଚାରୀ, ସନ୍ତୋଷ କୁମାର ସେଠୀ, ଜି.ସଞ୍ଜୀବ କୁମାର ପାତ୍ର, ଧନୁର୍ଜୟ ଜେନା, ଜି.ଯଜ୍ଞ ପାତ୍ର, ଜି.ରାହୁଳ ପାତ୍ର, ନାରାୟଣ ସାମନ୍ତରା, ଚିଙ୍କୁ ମହାରଣା, ଭଗବାନ ବଡୁ ଓ ମଙ୍ଗୁଳୁ ଜେନା ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ମାଧ୍ୟମରେ ଯୁବ ସମାଜ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହୋଇ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ବୋଲି ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଳରାମ ପୋଲାଇ ସଂଯୋଜନା କରିଥିଲେ। ଉଦଘାଟନୀ ମ୍ୟାଚ ଢ଼ିମିରପଲ୍ଲୀ ଓ ଗାଙ୍ଗପୁର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱାଧୀନ ଦଳେଇ ରିଫେରି ଭାବେ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ