ରାଷ୍ଟ୍ରୀୟ ରୋଜଗାର ନୀତି ପ୍ରଣୟନ ପାଇଁ ରୋଜଗାର ସଂସଦ ଗଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ଦ୍ୱାରା ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର୍ସ ସମ୍ମିଳନୀ କକ୍ଷରେ ରୋଜଗାର ସଂସଦକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ ଉଦ୍ଘାଟନ କରି କହିଲେ ଯେ, ସରକାର ପ୍ରତିଶ୍ରୁତି ପରିବର୍ତ୍ତେ ବେକାର ଯୁବକମାନଙ୍କୁ କାମ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୋଜଗାର ନୀତି କରିବା ପାଇଁ ସଂକଳ୍ପ ନିଅନ୍ତୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭଜମନ ବେହେରା କହିଲେ ଯେ, ଘୃଣା ନୁହେଁ ରୋଜଗାର ଦିଅ, ବଂଚିବାର ଅଧିକାର ଦିଅ । ଅଧିକାର ଦେବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ସ୍ୱାଧନୀତା ସଂଗ୍ରାମର ୭୫ବର୍ଷ ପାର ହୋଇଥିଲେ ମଧ୍ୟ ଦେଶରେ ବେକାରମୁକ୍ତ ଅଭିଯାନ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ପାଇଁ ଦାବି କରିଥିଲେ । ବର୍ତ୍ତମାନ ସରକାର ବର୍ଷକୁ ୨ କୋଟି ବେକାର ଯୁବକଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ମନ୍ଦିର ଓ ମସ୍ଜିଦ ସମ୍ପର୍କରେ ଆଲୋଚନା କରୁଛନ୍ତି । ପୂର୍ବତନ ସିବିଆଇ ବିଚାରପତି ଦେଶରେ ଲୋକଙ୍କର ମୌଳିକ ସମସ୍ୟା ପରିବେର୍ତ୍ତ ସକରାତ୍ମକ ରାଷ୍ଟ୍ରବାଦ ଗଠନ କରନ୍ତୁ । ଏଥିରେ ଦେଶ କି ବାତ୍ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ଅଙ୍କିତ ଭରଦ୍ୱାଜ, ତିନିଜଣ ରାଜ୍ୟ ସଂଯୋଜକ ସର୍ବଶ୍ରୀ ସରୋଜ ଶତପଥୀ, ରଞ୍ଜନ ମିଶ୍ର, ପ୍ରଶାନ୍ତ ବଳିଆରସିଂ ପ୍ରମୁଖ ରୋଜଗାର ସଂସଦର ସଂଶୋଧନ ନୀତି ସମ୍ପର୍କରେ ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ଆଡ଼ଭୋକେଟ ମେହେଶ କୁମାର ଅଧ୍ୟକ୍ଷତା କରିଥିଲେ । ଆଡ଼ଭୋକେଟ ଉଫନାର ରାଜ୍ୟ ସଭାପତି ମନୋରଞ୍ଜନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାରେ କମିଟି ଗଠନ ପାଇଁ ଦାବି କରିଥିଲେ । ଏହି ଅବସରରେ ରୋଜଗାର ସଂସଦର ସଫଳତା ପାଇଁ ଆସନ୍ତା ଅଗଷ୍ଟ ୧୬ ତାରିଖ ଦିଲ୍ଲୀ ଡ଼ାକରା ଦିଆଯାଇଛି । ମଞ୍ଚ ସମ୍ପାଦକ ହିମାଂଶୁ ଶେଖର ନାଏକ, ସୀତାଂଶୁ ଶେଖର ସାହୁ, ସଂଗ୍ରାମ କେଶରୀ ଷଡ଼ଙ୍ଗୀ ଏବଂ ସୁଶ୍ରୀ ସ୍ୱାତୀ ସହଯୋଗ କରିଥିଲେ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮୦ରୁ ଉର୍ଦ୍ଧ୍ୱ ସଂଗଠନ ଏହି ସମ୍ମିଳନୀରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


