ଶ୍ରୀ ବିରଞ୍ଚିନାରାୟଣ ଓ ସୂର୍ଯ୍ୟ ଉପାସନା ପୁସ୍ତକ ଉନ୍ମୋଚନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦର ସମ୍ପାଦକ କାମରାଜୁ ସାହାଣୀଙ୍କ ସଭାପତିତ୍ୱରେ ଭଞ୍ଜ ସାହିତ୍ୟରେ “ନଗରର ସ୍ଥାନ” ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି। ଶିକ୍ଷାବିତ ରଘୁନାଥ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗବେଷକ ଡଃ ବ୍ରଜକିଶୋର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଭୂତିଭୂଷଣ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ଓ ମୃତ୍ଯଞ୍ଜୟ ବାଡତ୍ଯା ଯୋଗଦାନ କରିଥିଲେ।ଏହି ଅବସରରେ କାମରାଜୁ ସାହାଣୀଙ୍କ ଦ୍ବାରା ରଚିତ “ଶ୍ରୀ ବିରଞ୍ଚିନାରାୟଣ ଓ ସୂର୍ଯ୍ୟ ଉପାସନା” ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ପୁସ୍ତକ ମଧ୍ୟରେ ଯୋଉଁ ସବୁ ତଥ୍ଯାବଳୀ ରହିଅଛି ତାହା ପାଠକକୁ ନୂତନ ଆଶାର ଆଲୋକ ସଞ୍ଚାରିତ କରିପାରିବ ବୋଲି ଅତିଥି ବୃନ୍ଦ ନିଜ ଭାଷଣରେ ମତ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଭଞ୍ଜ ସାହିତ୍ୟ ପ୍ରେମୀ, କବି ଓ ଛାତ୍ରମାନେ ଯୋଗଦାନ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ