ଶ୍ରୀ ବିରଞ୍ଚିନାରାୟଣ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ମୁଖ୍ୟ ସଡକ ପାର୍ଶ୍ୱରେ ଥିବା ବୁଗୁଡା ଏନଏସିର ଜାଗାରେ ଶ୍ରୀଶ୍ରୀଶ୍ରୀ ବିରଞ୍ଚିନାରାୟଣ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଅଗଷ୍ଟ ୦୯ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ଶ୍ରୀଶ୍ରୀଶ୍ରୀ ବିରଞ୍ଚିନାରାୟଣ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ ବହୁ ବେକାର ଯୁବକ ବ୍ୟବସାୟ କରିବାକୁ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି। ଆଜିର ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ସମେତ କର୍ମଚାରୀ ବୃନ୍ଦ ଏବଂ ପୂର୍ବତନ ଉପନଗରପାଳ ଚିତ୍ରସେନ ପ୍ରଧାନ, ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ ଓ ଶରତ ଚନ୍ଦ୍ର ମହାରଣା, କ.ତ୍ରିଲୋଚନ ଦୋରା, ଧୋବା ସ୍ୱାଇଁ, ଦିଲେଶ୍ବର ପାତ୍ର, ଏ ଚନ୍ଦନ ଚର୍ଚ୍ଚିତ ପାତ୍ର, କେଶବ ଚନ୍ଦ୍ର ସାହୁ, ବରୁଣ ସେନାପତି, ହରପ୍ରସାଦ ମହାପାତ୍ର, ସାହିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ