ଶ୍ରୀ ମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ସାଂସଦ ଅସାଦୁଦ୍ଦିନ୍ ଓୱେସୀଙ୍କୁ ଗିରଫ ଦାବୀ ନେଇ ବଜରଙ୍ଗ ଦଳ ପକ୍ଷରୁ ଛତ୍ରପୁର ଥାନାରେ ଏତାଲା
ଛତ୍ରପୁର, (ଦେବଦତ୍ତ ମହାରଣା) :-ପୁରୀ ସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଉପରେ ବିବାଦୀୟ ଟିପ୍ପଣୀ ଦେଇଥିବା ହାଇଦ୍ରାବାଦ ଲୋକସଭା ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ ଇ ଇତେହାଦୁଲ ମୁସିଲମର (ଏଆଇଏମଆଇଏମ) ର ନେତା ଅସାଦୁଦ୍ଦିନ୍ ଓୱେସୀଙ୍କୁ ଗିରଫ କରିବା ଦାବୀ ନେଇ ମଙ୍ଗଳବାର ବଜରଙ୍ଗ ଦଳ ଗଂଜାମ ଜିଲ୍ଲା ଛତ୍ରପୁର ପ୍ରଖଣ୍ଡ ପକ୍ଷରୁ ଛତ୍ରପୁର ଥାନାରେ ଏତଲା ପ୍ରଦାନ କରାଯାଇଛି । ଶ୍ରୀ ମନ୍ଦିର ବୁଦ୍ଧଦେବଙ୍କ ସୌଦ୍ଧ ଉପରେ ନିର୍ମିତ ବୋଲି ଅସାଦୁଦ୍ଦିନ ଓୱେସୀ ମନ୍ତବ୍ୟ ଦେଇ ଥିଲେ । ଯାହାକି ସମ୍ପୁର୍ଣ୍ଣ ମିଛ ଓ କପୋଳ କଳ୍ପିତ । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀ ମାନଙ୍କୁ ଗଭୀର ଆଘାତ ଦେଇଛି ବୋଲି ସେମାନେ ଏହି ଏତାଲାରେ ଦର୍ଶାଇଛନ୍ତି । ଏଣୁ ବଜରଙ୍ଗଦଳ ଛତ୍ରପୁର ପ୍ରଖଣ୍ଡର ମୁଖ୍ୟ ଏସ.ରାମକ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ସଂଗଠନର ବହୁ ଯୁବକ ମାନେ ଛତ୍ରପୁର ଥାନା ରେ ପହଞ୍ଚି ଅସାଦୁଦ୍ଦିନ୍ ଓୱେସୀଙ୍କ ଏଭଳି ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଉକ୍ତ ଏତଲାରେ ଦର୍ଶାଇଛନ୍ତି । ଏହି ଏତଲା ପ୍ରଦାନ ବେଳେ ଏମ.ଚିନେୟା ରେଡ୍ଡୀ, ସିଏଚ ୟୋଗେସ, ପି.ବାସୁଦେବ ରେଡ୍ଡୀ , ପି.ବୁଲୁ ରେଡ୍ଡୀ ,କାମରାଜୁ ରେଡ୍ଡି ,ତୁଷାର ରେଡ୍ଡୀ, ପ୍ରଭାକର ରେଡ୍ଡୀଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ଥିଲେ ।