ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା ଉଦ୍ଯାପିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥା ଅଧିନ ଗଣାମାହାଲର ଶ୍ରୀ ଗୋପିନାଥଜୀଉ ଏବଂ ଶ୍ରୀ ବିନୋଦବିହାରୀଜୀଉଙ୍କ ଝୁଲଣ ଯାତ୍ରା ଶୁକ୍ରବାର ଗହ୍ମା ପୂର୍ଣ୍ଣିମାରେ ଉଦ୍ଯାପିତ ହୋଇଯାଇଛି । ଗତ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଆରମ୍ଭ ହୋଇଥିଲା ଏହି ଝୁଲଣ ଯାତ୍ରା । ମନ୍ଦିରର ଟ୍ରଷ୍ଟି ବିପଦ ଭଞ୍ଜନ ଦାସଙ୍କ ତତ୍ତ୍ୱାବଧାନରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ୫ଦିନ ବ୍ୟାପି ଭଜନ ଓ କୀର୍ତ୍ତନରେ ମନ୍ଦିର ପରିସରରେ ଏକ ଅଧ୍ୟାମିôକ ପରିବେଶ ସୃଷ୍ଟି ହୋଇଥିଲା । ଉମାକାନ୍ତ ସିଂ, ବିଶ୍ୱଜିତ୍ ସାହୁ, ମାନସ ସାମଲ, ରମାକାନ୍ତ ସାହୁ, ଅନନ୍ତ ମହାରଣା, ବସନ୍ତ କୁମାର ସାହୁ, ସୁନାକର ସେଠୀ, ଜୟନ୍ତ କୁମାର ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବକୁ ଦେଖିବା ପାଇଁ ସହରର ବିଭିନ୍ନ ସ୍ଥାନରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ ।