ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପ୍ରିମିୟର ଲିଗ୍; ଉଦଘାଟନୀ କ୍ରିକେଟ ମ୍ୟାଚରେ ଆସ୍କା ମଲିଙ୍ଗା ଟିମ୍ ବିଜୟୀ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା  ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ମହୋତ୍ସବ ପଡିଆରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପ୍ରିମିୟର ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ ମ୍ୟାଚକୁ ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ନାରାୟଣ ସାମନ୍ତରା, ଉମା ଶଙ୍କର ନାୟକ, କେ.ମନୋଜ ଆଚାରୀ, ଖଲି ପରିଡା, କାହ୍ନୁ ଚରଣ ବାଡତ୍ୟା ଓ କୃତିବାସ ଡାକୁଆ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ରତ୍ନାକର ମହାରଣା ସଂଯୋଜନା କରିଥିଲେ । ଉଦଘାଟନୀ ମ୍ୟାଚରେ ନିମିନା ଟିମ୍ ପ୍ରଥମ ବ୍ୟାଟିଙ୍ଗ କରି ୧୨ ଓଭରରେ ୯ଟି ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲେ । ଜବାବରେ ଆସ୍କା ମଲିଙ୍ଗା ଟିମ୍ ୯ ଓଭର ୨ ବଲ୍ ରେ ୬ଟି ୱିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆସ୍କା ମିଲଙ୍ଗା ଟିମ୍ ର ବିଦ୍ୟାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଆମ୍ପେୟର ଭାର ମନୋଜ ପଣ୍ଡା ଓ ସିମାଞ୍ଚଳ ଜେନା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ପିଙ୍କୁ ଭଟ୍ଟ କମେଣ୍ଟ୍ରି କରିଥିଲେ । ବାଲିପଦର କ୍ରକେଟ୍ ଟିମ୍ ର ସଭାପତି ଜଗନ୍ନାଥ ମହାରଣାଙ୍କ ସମେତ ଟିମ୍ ର ସମସ୍ତ ସଦସ୍ୟବୃନ୍ଦ ସହଯୋଗ କରିଥିଲେ । ଶେଷରେ ପ୍ରତାପ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ