ଶ୍ରୀ ସତ୍ୟସାଇ ସେବା ସମିତିରେ ଥାଲାସେମିଆ ଶିବିର ଓ ନିର୍ମଳଝର ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପବିତ୍ର ଅକ୍ଷୟ ତୃତୀୟା ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମୀରପାଟଣା ଗ୍ରାମରେ ଥିବା ଶ୍ରୀ ସତ୍ୟସାଇ ସେବା ସମିତି ଓ କେନ୍ଦ୍ରାପଡା ଜିଲ୍ଲା ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଥାଲାସେମିଆ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଫେସର ଡା. ହେମଲତା ଦାଶ ଯୋଗଦେଇ ୬୦ଜଣ ଥାଲାସେମିଆ ରୋଗୀଙ୍କ ଚିକିତ୍ସା କରିଥିଲେ । ଏଥିସହିତ ୩୭ଜଣ ଥାଲାସେମିଆ ରୋଗୀଙ୍କ ଅଲଟ୍ରାସାଉଣ୍ଡ ମଧ୍ୟ କରାଯାଇଥିଲା । ଶ୍ରୀ ସତ୍ୟସାଇ ସଂଗଠନ ଓଡିଶା, ଭୁବନେଶ୍ୱର ଏବଂ ଶ୍ରୀ ସତ୍ୟସାଇ ସେବା ସଂଗଠନ କେନ୍ଦ୍ରାପଡା ଜିଲ୍ଲାର ମିଳିତ ଆନୁକୂଲ୍ୟରେ ଅପରାହ୍ନରେ ଗୋପଛକସ୍ଥିତ ବିଶ୍ୱାଳ କମ୍ପେ୍ଲକ୍ସ ପରିସରରେ ଶ୍ରୀ ସତ୍ୟସାଇ ନିର୍ମଳଝର(ଶୀତଳ ସୁଦ୍ଧ ପାନୀୟ ଜଳ)ର ଲୋକାର୍ପଣ କରାଯାଇଥିଲା । ଶ୍ରୀ ସତ୍ୟସାଇଙ୍କ ପୂଜନ, ଭଜନ ଓ ବେଦପାଠ ପରେ ନାରିକେଳ ବାଡାଯାଇ ଏହି ପବିତ୍ର ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ ପୂଜ୍ୟ ଜଗଦୀଶ ଚନ୍ନା ଓ ଭଉଣୀ ପୂଜ୍ୟା ମୀନାକୁମାରୀ ଚନ୍ନା । ରଜନୀକାନ୍ତ ଦାସ, ପ୍ର. ହିମାଂଶୁ ପରିଡା, ବ୍ରଜ କିଶୋର ବିଶ୍ୱାଳ, ରାମଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସଭାପତି ରାଧାକୃଷ୍ଣ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ଚରଣ ସାମଲ, ପ୍ରବୋଧ ପଣ୍ଡା, ପ୍ରବୋଧ ରାୟ, କାବେରୀ ଆଚାର୍ଯ୍ୟଙ୍କ ସମେତ ବହୁ ସାଇ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ । ଆବାହକ ନୃସିଂହ ଚରଣ ତ୍ରିପାଠୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ