ଶ୍ରେଷ୍ଠ 5T ରୂପାନ୍ତରିତ : ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସମ୍ମାନୀତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-73 ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗଞ୍ଜାମ ଜିଲ୍ଳା ଛତ୍ରପୁର ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ଉଚ୍ଚ ବିଦ୍ୟାଳୟ 5T ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଳା ସ୍ତରରେ ଆଜି ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସମ୍ମାନୀତ ହୋଇଛି I ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମହିଳା, ଶିଶୁ ବିକାଶ ଏବଂ ମିଶନ୍ ଶକ୍ତି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କୁ ସମ୍ମାନୀତ କରିଥିଲେ I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ବେଲଗୁଣ୍ଠା ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କୁ ମଧ୍ୟ ଜିଲ୍ଲାର ଶ୍ରେଷ୍ଠ ବିଡ଼ିଓ ଭାବେ ସମ୍ମାନୀତ କରାଯାଇଛି I ପ୍ରକାଶ ଥାଉକି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଓଡ଼ିଶା ସରକାରଙ୍କ 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ପାଇଁ ଏକ ମଡ଼େଲ୍ ପାଲଟିଛି I ପୂର୍ବରୁ ପରିବେଶ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକାଧିକ ପୁରସ୍କୃତ ହୋଇଥିବା ଏହି ବିଦ୍ୟାଳୟର ବର୍ତ୍ତମାନ 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ନବୀକରଣ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ I ବିଦ୍ୟାଳୟର ପରିବେଶ ଠାରୁ ଆରମ୍ଭ କରି ସ୍ମାର୍ଟ ଶ୍ରେଣୀଗୃହ, ପାଠାଗାର, ବିଜ୍ଞାନଗାର, ସ୍ମାର୍ଟ୍ ଶୌଚାଳୟ ଆଦି ନିର୍ମାଣରେ ସ୍ଵଚ୍ଛତା ଏବଂ ଗୁଣବତା ଉଚ୍ଚ ମାନର ରହିଛି I ସେହିପରି ଉତ୍ତମ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟର ସ୍ଵତନ୍ତ୍ର ପରିଚୟ ରହିଛି I ପ୍ରତିବର୍ଷ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ ଶତପ୍ରତିଶତ ସଫଳତା ପାଇବା ବ୍ଳକ୍ ସ୍ତରରେ ସର୍ବାଧିକ ଛାତ୍ର ଛାତ୍ରୀ A1 ସ୍ଥାନ ବଜାୟ ରଖନ୍ତି I ଏହା ସହ ସର୍ବଭାରତୀୟ ନିଟ୍, ମେଡିକାଲ୍ ପରୀକ୍ଷାରେ ମଧ୍ୟ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀ ସଫଳତା ହାସଲ କରିଥାନ୍ତି I ଗଞ୍ଜାମ ଜିଲ୍ଲାରେ ଶ୍ରେଷ୍ଠ 5 ଟି ବିଦ୍ୟାଳୟ ମଧ୍ୟରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ସ୍ଥାନ ଅଧିକାର କରିବା ପରେ ଏହି ସଫଳତା ପାଇଁ ଅଞ୍ଚଳର ବୁଦ୍ଧିଜୀବୀ, ପୁରାତନ ଛାତ୍ର, ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଥିବା ବେଳେ ଶ୍ରୀ ସାହୁ ଏହା ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ ଉଚିତ୍ ଦିଗଦର୍ଶନ, ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀଙ୍କ ସହଯୋଗ ଏବଂ ଅଞ୍ଚଳବାସୀଙ୍କ ଭଲ ପାଇବା ଦ୍ୱାରା ହିଁ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ