ଶ୍ଵାସରୁଦ୍ଧରେ ମୃତକଙ୍କ ପରିବାର ନିକଟକୁ ଗଲେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜେନାପୁର ଗ୍ରାମର ବାଉରୀ ବନ୍ଧୁ ନାହାକଙ୍କ ଘରେ ଇନ୍ଧନ ଗ୍ୟାସ ଲିକ ଯୋଗୁଁ ଘରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଖବର ଶୁଣିବା ପରେ ମୃତକଙ୍କ ବାସଭବନକୁ ଅଗଷ୍ଟ ୧୭ ତାରିଖ ଦିନ ଯାଇଥିଲେ। ମନ୍ତ୍ରୀ ଶ୍ରୀ ସାହୁ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସ୍ୱର୍ଗତ ବାଉରୀ ବନ୍ଧୁଙ୍କ ପତ୍ନୀ ସରସ୍ୱତୀ ନାହାକ ମଧ୍ୟ ଗ୍ୟାସ ଲିକ ଯୋଗୁଁ ଶ୍ଵାସରୁଦ୍ଧ ହୋଇ ଗୁରୁତର ଅବସ୍ଥାରେ ଘରେ ଥିବାବେଳେ ମନ୍ତ୍ରୀ ନିଜେ ଆମ୍ବୁଲାନ୍ସ ଡକାଇ ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ମନ୍ତ୍ରୀ ଶ୍ରୀ ସାହୁ ନିଜ ନିର୍ବାଚନ ମଣ୍ଡଳୀର ଯେକୌଣସି ବ୍ୟକ୍ତିଙ୍କ ଏହିପରି ବିପତ୍ତି ସମୟରେ ସେ ନିଶ୍ଚିତ ଭାବେ ପହଞ୍ଚି ସମବେଦନା ଜଣାଇବା ସହ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ