ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଜନସଂଘର ପ୍ରତିଷ୍ଠାତା ମହାନ ଜନନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ଆଜି ପାଳିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ କବିନ୍ଦର୍ ଗୁପ୍ତା, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଖଣ୍ଡଭାରତ ନିର୍ମାଣରେ ମହାନ ଜନନାୟକଙ୍କ ଉତ୍ସର୍ଗୀକୃତ ଜୀବନ ଓ ବଳିଦାନ ସମ୍ପର୍କରେ ସମସ୍ତେ ସ୍ମୃତିଚାରଣ କରିଥିଲ । ସ୍ୱର୍ଗତ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ ପାର୍ଟିର ନୀତି ଆଦର୍ଶକୁ ପାଥେୟ କରି ସାମ୍ପ୍ରତିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଦେଶବାସୀଙ୍କୁ ସୁଶାସନ ଦେଇ ଚାଲିଛନ୍ତି ବୋଲି ବକ୍ତାମାନେ କହିଥିଲେ । ମାନବତାର ଉପାସକ, ବିଶିଷ୍ଟ ଶିକ୍ଷାବିତ ଓ ଭାରତୀୟ ଜନସଂଘର ସଂସ୍ଥାପକ ସ୍ୱର୍ଗତଃ ମୁଖାର୍ଜୀଙ୍କର ‘ଏକ ଦେଶ ମେଁ ଦୋ ନିସାନ ଦୋ ବିଧାନ ଦୋ ପ୍ରଧାନ ନହିଁ ଚଲେଗା’ ସ୍ଲୋଗାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାସ୍ତବତାରେ ପରିଣତ କରିପାରିଛନ୍ତି । ଏହି ‘ବଳିଦାନ ଦିବସ’ ପାଳନ ଅବସରରେ ଦେଶ ପ୍ରତି ଥିବା ନିଜର ଦାୟିତ୍ୱବୋଧତାକୁ ସୁଚାରୁ ରୂପେ ତୁଲାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ନେତାମାନେ ଆହ୍ୱାନ ଦେଇଥିଲେ । ଓଡିଶାର ଘରେ ଘରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରା ପହଂଚାଇ ପାରିଲେ ଭ୍ରଷ୍ଟ ଶାସନ ବ୍ୟବସ୍ଥାର ପରିବର୍ତନ ହୋଇପାରିବ ବୋଲି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଗୁପ୍ତା ଆଶାପ୍ରକାଶ କରିଥିଲେ । ଏଥିପାଇଁ ସାଂଗଠନିକ ସୁତ୍ର ଅନୁଯାୟୀ କାର୍ଯ୍ୟ କରିବାକୁ ଦଳୀୟ କର୍ମକର୍ତାଙ୍କୁ ଶ୍ରୀ ଗୁପ୍ତା ଆହ୍ୱାନ ଦେଇଥିଲେ । ନଗର ସଭାପତି ଚିତ ରଂଜନ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପ-ସଭାନେତ୍ରୀ ସୁଷମା ବିଶ୍ୱାଳ, ଜିଲ୍ଲା ଉପସଭାପତି କମଲ ଲୋଚନ ଦାସ, ସମ୍ପାଦକ ଆଶିଷ ଘୋଷ, ବିଜୟ ସାହୁ, ବିଭୂପଦ ଦାସ, ମମତା ମହାପାତ୍ର, ଅରୂପ ଜେନା, ଅନିଲ କୁମାର ମହାନ୍ତି, ସୁସ୍ମିତା ପଣ୍ଡା, କମଳା ବିନ୍ଧାଣୀ, ସିପ୍ରା ମହାପାତ୍ର, ସଂଯୁକ୍ତା ମହାପାତ୍ର, କୈଳାଶ ବାରିକ, ଦୁକୁଲ ଚନ୍ଦ୍ର ଘଡାଇ, ବିପିନ ମାରାଣ୍ଡି, ମଦନ ମୋହନ ଦାସମହାପାତ୍ର, ନିତ୍ୟ ଗୋପାଳ ସିଂ, ଯୋଗେନ ରଣା, ଲକ୍ଷ୍ମୀଧର ବେହେରା, ନିରୁପମା ଦାଶ, ନିତୁନ ସାହା, କ୍ରିଷ୍ଣା ଚନ୍ଦ୍ର ସାହା, ମଧୁଶ୍ରୀ ପଣ୍ଡା, ପ୍ରତିମା ବେହେରା , ସଂଜୀବ ପ୍ରଧାନ, ରାଜେଶ ମହାପାତ୍ର, ମୁନା ମହନ୍ତ, ଖଗେନ୍ଦ୍ର ନାୟକ, ସୁବୋଧ ପଣ୍ଡା, ଶୋଭାକର ସାହୁ, ସୁମନ୍ତ ମହାଳିକ, ରାଜେଶ ବେହେରା, ଚିତ ରଂଜନ ସେଠୀ, ଦିବାକର ରାଉତ ସମେତ ଶତାଧିକ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ