ଭିକେ ପାଣ୍ଡିଆନଙ୍କ ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିନ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଗସ୍ତର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ବାଲେଶ୍ୱର ସହର ସମେତ ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବାଲିଆପାଳ ପ୍ରଭୃତି ବ୍ଲକ ଅଞ୍ଚଳ ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି । ସକାଳ ପ୍ରାୟ ୬ ଟା ୪୦ରେ ସେ ପ୍ରଥମେ କବିତୀର୍ଥ ଶାନ୍ତିକାନନରେ ବ୍ୟାସକବି ଫକୀର ମୋହ)ନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଠାରେ ଫକୀର ମୋହନ ସାହିତ୍ୟ ପରିଷଦର କର୍ମକର୍ତ୍ତା, ମହିଳା ଏବଂ ସାଧାରଣ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ସମ୍ପର୍କିତ ଦାବିପତ୍ର ଗ୍ରହଣ କରିଥିଲେ । ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ମିଶନ ଶକ୍ତି ବଜାର ଉଦଘାଟନ କରିବା ସହିତ ସେଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସମ୍ବଳିତ ଷ୍ଟଲ ବୁଲି ଦେଖିଥିଲା । ଏମିତିକି ମିଶନ ଶକ୍ତି କାଫେରେ ଶ୍ରୀ ପାଣ୍ଡିଆନ ସକାଳ ଜଳଖିଆ ମଧ୍ୟ କରିଥିଲେ । ସେଠାରୁ ନିର୍ମାଣଧୀନ ସହଦେବଖୁଣ୍ଟା ବସଷ୍ଟାଣ୍ଡ ବୁଲି ଦେଖିଥିଲେ । ଏହି ଅବସରରେ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ସହ ସେ ଆଲୋଚନା ମଧ୍ୟ କରିଥିଲେ । ପରେ ଉତ୍କଳ ବାଳାଶ୍ରମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ । ବ୍ୟାସକବିଙ୍କ ମାଟିକୁ ଆସି ତାଙ୍କ ଜୀବନ ଧନ୍ୟ ହୋଇଗଲା ବୋଲି ସେ କହିଥିଲେ । ଫକୀର ମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ଭଲ ପାଆନ୍ତି । ଅନ୍ୟମାନଙ୍କୁ ବି ଏହା ପଢ଼ିବା ପାଇଁ ଉତ୍ସାହିତ କରିଥାନ୍ତି ବୋଲି ସେ କହିଥିଲେ । ରାଜ୍ୟର ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଜୀବନ ରକ୍ଷାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେଭଳି ସମଗ୍ର ଦେଶ ପାଇଁ ମାଇଲଖୁଣ୍ଟ ହୋଇଛି, ମହିଳା ସଶକ୍ତୀକରଣକୁ ଆଗେେଇ ନେବାରେ ଓଡ଼ିଶା ସର୍ବାଗ୍ରେ ରହିଛି । ଏସଏଚଜିଙ୍କୁ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ପ୍ରଦାନ ସହ ମହିଳାଙ୍କୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା କରାଇବାରେ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି । ଏହି ଅବସର ସେ ମହିଳାଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କଠାରୁ ନେଇଥିବା ଦାବିପତ୍ର ମଧ୍ୟରୁ ଚାଷୀଙ୍କ ସମସ୍ୟା, ଧର୍ମାନୁଷ୍ଠାନର ଉନ୍ନତି ଓ କମ୍ୟୁନିଟି ସେଂଟର ବାବଦୀୟ ଦାବି ସପ୍ତାହକ ମଧ୍ୟରେ ପୂରଣ ହେବ । ସପ୍ତାହକ ମଧ୍ୟରେ ସମସ୍ତେ ଖୁସୀ ଖବର ପାଇବେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟ ପାଇଁ ଟଙ୍କା ମଞ୍ଜୁର କରିବେ, ତାହାକୁ ନିଜ ଘର କାମ ଭାବି କରିବାକୁ ସେ ଆହ୍ୱାନ ଦେଇଥିଲେ । ହାଇସ୍କୁଲ ଭଳି ଯୁକ୍ତଦୁଇ ଓ ଯୁକ୍ତତିନି କଲେଜ ମଧ୍ୟ ୫-ଟିରେ ଅନ୍ତର୍ଭୂକ୍ତ ହୋଇଥିବା ସମ୍ପର୍କର୍ରେ ସେ ସୂଚନା ଦେଇଥିଲେ । ନିର୍ମାଣାଧୀନ ବସଷ୍ଟାଣ୍ଡ ପୂର୍ବାପେକ୍ଷା ସୁନ୍ଦର ହୋଇପାରିଛି, ଆଇଟିଆଇ ପଡିଆରେ ମଲ୍ଟି ପରପଜ ହଲ ଓ ସୁଇମିଂ ପୁଲକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ମାସ ସୁଦ୍ଧା ସହରର ସମସ୍ତଙ୍କ ଘରେ ପିଇବା ପାଣି ପହଞ୍ଚିବ ବୋଲି ଶ୍ରୀ ପାଣ୍ଡିଆନ ଆଶା ପ୍ରକାଶ କରିଥିଲେ । ବାଳାଶ୍ରମ ସଭା ପରେ ସେ ଚଚାନ୍ଦିପୁର ବେଳାଭୂମି ଉନ୍ନତିକରଣ ପ୍ରକଳ୍ପ ଓ ବଳାରାମଗଡ଼ିର ନୂତନ ଜେଟିସ୍ଥଳ ପରିଦର୍ଶନ କରିଥିଲେ । ସେଠାରୁ ଶ୍ରୀ ପାଣ୍ଡିଆନ ଭୋଗରାଇ ବ୍ଲକର ଚନ୍ଦନେଶ୍ୱର ମନ୍ଦିର, ଶଙ୍ଖାରୀ ଠାରେ ମନୋଜ ଦାସ ସ୍ମୃତିପୀଠ ପରିଦର୍ଶନ ସହ ତାଳସାରୀ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହା ପରେ ଉଦୟପୁର ଠାରେ ବେଳାଭୂମି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସେଠାରୁ ବାହାରି ଜଳେଶ୍ୱରର ନବନିର୍ମିତ ମଲଟିପର୍ପଜ ହଲ ଠାରେ କ୍ରୀଡାବିତଙ୍କ ସହ ଆଲୋଚନା କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ଲକ୍ଷ୍ଣଣନାଥ ଠାରେ ଆୟୋଜିତ ସଭାରେ ଜନସାଧାଣ ଓ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା, ବାହାର୍ଦ୍ଦାଠାରେ ପ୍ରସ୍ତାବିତ ହୋଲସେଲ ମାଛ ମାର୍କେଟ ସ୍ଥଳ ପରିଦର୍ଶନ ସହିତ ମତ୍ସ୍ୟଜୀବିଙ୍କ ସହ ଆଲୋଚନା, ଲଙ୍ଗଳେଶ୍ୱର ଠାରେ ମହାଦେବଙ୍କ ମନ୍ଦିର ପରିଦର୍ଶନ ସହିତ ମନ୍ଦିର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକଙ୍କ ଆଲୋଚନା ଏବଂ ସାଧାରଣ ସଭାରେ ଯେଗାଦେଇ ଶ୍ରୀ ପାଣ୍ଡିଆନ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଯାଇଥିଲେ । ଜିଲାପାଳ ଦତାତ୍ରୟ ଭାଉ ସାହେବ ଶିନ୍ଦେ ଓ ଏସପି ସାଗରିକା ନାଥଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ତାଙ୍କ ସହ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ