ହାଟଡିହି, (ଯୁଗାବ୍ଦ ନ୍ୟୁଜ ) : ଷଡଙ୍ଗ ଆଞ୍ଚଳିକ ସାଧନକେନ୍ଦ୍ର ଆନୁକୁଲ୍ୟରେ ଷଡଙ୍ଗ ରାମବିକ୍ରମ ହାଇସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମିବିକ୍ରମ ହାଇସ୍କୁଲ, ନସିରିପୁର, ସରମଙ୍ଗା, ମତାବାଜ, ରଥଦାସ ଉ.ପ୍ରା ବିଦ୍ୟାଳୟ, ଧାଇପୋଖରୀ, ସରିଦା, ଅଢ଼େଇଦ୍ୱାର, ଡିମିରିଆ ,ଭାନୁପ୍ରଭା ହାଇସ୍କୁଲ ଜମ୍ଭରା, ପ୍ରଭୃତି ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ସିଆରସିସି ବିଜୟ କୁମାର ସାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି ପ୍ରତିଯୋଗୀତାରେ ବରିଷ୍ଠ ଓ କନିଷ୍ଠ ବିଭାଗ କରାଯାଇ ଚିତ୍ରାଙ୍କନ, କୁଇଜ, ବକ୍ତୃତା, ସୃଜନଶୀଳ ଲିଖନ, ସଂଗୀତ, ପ୍ରବନ୍ଧ, ତର୍କ ଆଦି ପ୍ରତିଯୋଗୀତା ମାନ କରାଯାଇଥିଲା । ଆର.ବି ହାଇସ୍କୁଲର ପ୍ରଧାନ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଷଡଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରଥ କୁମାର ସାହୁ, ବିନୋଦ କୁମାର ରାଉତ, ସୁରେଶ କୁମାର ଜେନା ପ୍ରମୁଖ ଯୋଗଦେଇ ଏହି ପ୍ରତିଯୋଗୀତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଥିଲେ । ଅକ୍ଷୟ କୁମାର ବେହେରା, ନାରାୟଣ ପାତ୍ର, ବର୍ଷାରାଣୀ ଜେନା, ପୂଜାରାଣୀ ଜେନା, ରଘୁନାଥ ମହାନ୍ତି, ରବିନ୍ଦ୍ର କୁମାର ନାଥ, କ୍ଷୀରୋଦ ସେଠୀ, ସନ୍ଧ୍ୟାରାଣୀ ପେରେଇ, ଜଗବନ୍ଧୁ ପଢ଼ିଆରୀ, କୃଷ୍ଣ ଚନ୍ଦ୍ର ମିଶ୍ର, ସୁବାସ ଚନ୍ଦ୍ର ଜେନା, ରାଜୀବ ଲୋଚନ, ଅଜୟ ରାଉଳ, ବିବେକ ବେହେରା, ରାଧାକାନ୍ତ ଖୁଣ୍ଟିଆ, ଉତ୍ତମ ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।