ଷଣ୍ଢ ଆକ୍ରମଣରେ ଜଣେ ମୃତ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): ଷଣ୍ଢ ଆକ୍ରମଣରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ସମଲପୁର ଗ୍ରାମର ଗୌତ୍ତମ ସ୍ୱାଇଁ ଶୁକ୍ରବାର ବିଳମ୍ବିତ ରାତିରେ ବାହାରକୁ ଉଠିଥିବା ବେଳେ ଏକ ବୁଲା ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ଏକ ଖତ ଗଦାରେ ପଡିଯାଇ ରାତି ସାରା ସେହି ଗାତଭିତରେ ରହିଯାଇଥିଲେ । ଆଘାତ ଓ ଅଧିକ ଥଣ୍ଡା ହେତୁ ସେ ସେହି ଖତଗାତରେ ପଡି ମୃତ୍ୟୁ ବରଣ କରିଥିଲେ । ଆଜି ସକାଳୁ ପରିବାର ଲୋକେ ଦେଖିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।