ଷଷ୍ଠ ବାର୍ଷିକ ସର୍ବଭାରତୀୟ ମାବାଶୁଳୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକର ମଠ କପୁଣ୍ଡି ମିନି ଷ୍ଟାଡିୟମ ଠାରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଆୟୋଜିତ ସର୍ବଭରତୀୟ ମା ବାସୁଳି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମନଙ୍କ ମଧ୍ୟରେ ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ମନୋଜ କୁମାର ପାତ୍ର, ଗଣେଶ କୁମାର କୁଅଁର, ଦାଶରଥି ଦେବତା, ପ୍ରଫୁଲ୍ଲ ସ୍ୱାଇଁ, ଉପ ଦେଷ୍ଟା ଧବଳେଶ୍ୱର ପଟନାୟକ, ଅମିୟ ରଞ୍ଜନ ନାୟକ, ପଦ୍ମନାଭ ସାମଲ, ଦେବାଶିଷ ବାରିକ୍, ପ୍ରଦୀପ ଜେନା, ନିରାକାର ଜେନା, ପ୍ରମୁଖ ଉଦଘାଟନ ଉତ୍ସବରେ ସାମିଲ ଥିଲେ। ଆଜି ଉଦଘାଟନ ମ୍ୟାଚ ୟୁନିକ କେନ୍ଦୁଝର ଓ ପ୍ରୋଗ୍ରେସିଭ ଝାରସୁଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ପ୍ରଥମେ ୟୁନିକ୍ କେନ୍ଦୁଝର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର ରେ ୧୧୭ରନ୍ କରିଥିଲେ। ଦଳ ପକ୍ଷରୁ ଦୀପକ ନାରାୟଣ ରାଉତ ସର୍ବାଧିକ ୪୩ବଲ ରେ ୪୩ ରନ୍ ସଂଗ୍ରହ କରିଥିବା ବେଳେ ୩ଚୌକା ୩ଛକା ମାରିଥିଲେ। ତାହାର ଜବାବରେ ପ୍ରୋଗ୍ରେଶିଭ ଝାରସୁଗୁଡ଼ା ୧୫.୫ଓଭର ରେ ୧୧୯ରନ୍ କରି ପ୍ରଥମ ସେମି ଫାଇନାଲ ଯାଇଥିଲେ। ଏହି ଖେଳ କୁ ଆମ୍ପାୟର ଭାବେ ଶାନ୍ତନୁ ରାଉତ , ବିଜୟ ଜେନା, ପରିଚାଳନା କରିଥିବାବେଳେ ସ୍କୋରର ଜ୍ୟୋତି ରଞ୍ଜନ ଜେନା , ରଶ୍ମି ରଞ୍ଜନ ବେହେରା, ଓ ଭାଷ୍ୟକାର ଭାବେ ସୁରେଶ ସଂଡଲେ, ତପନ ମଜୁମଦାର, ସୁଧାଂଶୁ ଶେଖର ମହାନ୍ତି ଖେଳର ଧାରାବିବାରଣୀ ପ୍ରଦାନ କରିଥିଲେ। ସୁଶାନ୍ତ ଜେନା, ମାନସ ଜେନା, ଅଜୟ କୁମାର ଜେନା, ପ୍ରଦୀପ ଜେନା(କାଳିଆ) , ବିଜୟ ମଲିକ, ରବୀନ୍ଦ୍ର କୁଅଁର, ଏମ.ଡି ବାବୁ, ଭଗବାନ ନାୟକ, ପଙ୍କଜ ଗୁପ୍ତା, ବିପିନ ଜେନା, ବିଦ୍ୟାଧର ମୁଦୁଲି, ହାଡିବନ୍ଧୁ ଭୂୟାଁ, ଟିକୁ ପଢ଼ିଆରି, ସୀତାରାମ ଜେନା, ଅଜୟ କୁମାର ଜେନା, ଜିତୁନ ଧଳ, ମାନସ ଜେନା, ଟୁକୁନ ଜେନା, ସନାତନ ମୁଦୁଲି , ଚିତ ରଞ୍ଜନ ନାୟକ ସହଯୋଗ କରିଥିଲେ। ଆସନ୍ତା କାଲି ସାଉଥ୍ ଇସ୍ଟ ରେଲୱେ ଖଡଗପୁର ଓ ଇଷ୍ଟ କୋଷ୍ଟ ରେଲୱେ ଓଡ଼ିଶା ମଧ୍ୟରେ ଅନୁଷ୍ଠିତ ବୋଲି ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ