ଷୋହଳଖଣ୍ଡ ଗୋପାଳ ସମାଜ ତେରସ୍ଥାନ ତାଲୁକା ପରିଚାଳନା ପରିଷଦ ର ନିର୍ବାଚନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ଅନ୍ତର୍ଗତ ମା ବୀରସିଂହ ପୀଠ( ବିପୁଳିଙ୍ଗି )ନିକଟରେ ଥିବା ଷୋହଳଖଣ୍ଡ ଗୋପାଳ ସମାଜ ତେରସ୍ଥାନ ତାଲୁକା କୁଳ ଗୃହ ଠାରେ ପରିଚାଳନା ପରିଷଦ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି,ଜିଲ୍ଲା ଷ୍ଟିଏରିଙ୍ଗ କମିଟି ର ଆବାହକ ତଥା ତେରସ୍ଥାନ ତାଲୁକା ସଭାପତିରାଧା ଗୋବିନ୍ଦ ଗୌଡ଼, ପୂର୍ବଖଣ୍ଡ ତାଲୁକା ସଭାପତି ଶିବରାମ ଗୌଡ଼ ଓ ବଡ଼ଖେମୁଣ୍ଡି (କ )ତାଲୁକା ସଭାପତି ମନୋରଞ୍ଜନ ଗୌଡ଼ଙ୍କ ପୌରହିତ୍ୟ ରେ ନିର୍ବାଚନ ହୋଇଥିଲା, ଏଥିରେ ବିଭିନ୍ନ ତାଲୁକା ର କର୍ମକର୍ତା ଓ ଷ୍ଟିରଙ୍ଗି କମିଟି ଉପସ୍ଥିତ ରହି ସର୍ବ ସମ୍ମତି କ୍ରମେ ଆଗାମୀ ୫ବର୍ଷ ନିମନ୍ତେ ନିର୍ବାଚିତ କରାଯାଇଥିଲା, ସଭାପତି ଭାବେ ରାଧାଗୋବିନ୍ଦ ଗୌଡ଼, ଉପସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର ଗୌଡ଼, ସମ୍ପାଦକ ଭାବେ ରବିନ୍ଦ୍ର ଗୌଡ଼, ସହ – ସମ୍ପାଦକ ଭାବେ ମହନ୍ତର ଗୌଡ଼ ଓ କୋଷାଧ୍ୟକ୍ଷ ଭାବେ ବୃନ୍ଦାବନ ଗୌଡ଼ ନିର୍ବାଚିତ ହୋଇଥିଲେ, ସେହିପରି ଉପଦେଷ୍ଟା ଭାବେ ଶିବରାମ ଗୌଡ଼, ପତ୍ର ବାହାକ ଭାବେ କପିଳ ମହାଙ୍କୁଡ ଓ ନବଘନ ଗୌଡ଼ ଙ୍କୁ ମନୋନୀତ କରାଯାଇଥିଲା, ଏହି ନିର୍ବାଚନୀ ସଭା ରେ ବିରୁଳି (କ )ପର୍ଶୁରାମ ଗୌଡ଼, ଆଠଗଡ଼ ର ମୋହିନୀ ଗୌଡ଼, ସାନଖେମୁଣ୍ଡି ର ଗଣେଶ ଗୌଡ଼, ବଡଗଡ଼ (ଖ )ସୁରେନ୍ଦ୍ର ଗୌଡ଼, ମହୁରୀ ର ବାବୁଲା ଗୌଡ଼ ଓ ରାଜପୁର ର ଭାସ୍କର ଗୌଡ଼ ଙ୍କ ସମେତ ଅନ୍ୟାନ୍ୟ ମୁଖ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ, ପ୍ରାରମ୍ଭ ରେ ରାଧାଗୋବିନ୍ଦ ଗୌଡ଼ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ଗଣେଶ ମହାଙ୍କୁଡ ଓ ପ୍ରେମାନନ୍ଦ ମହାଙ୍କୁଡ ନିର୍ବାଚନ ପରିଚାଳନା କରିଥିଲେ, ଦ୍ଵିତୀୟ ପର୍ଯ୍ୟାୟ ରେ ଷ୍ଟିରଙ୍ଗ କମିଟି ର ବୈଠକ ରେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା ବୋଲି ପୂର୍ଣ୍ଣ ଚନ୍ଦ୍ର ଗୌଡ଼ ସୂଚନା ଦେଇଛନ୍ତି